Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ

ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ

ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ । ୧୮ ବର୍ଷର ଇଣ୍ଟରନ୍ୟାସନାଲ୍ କ୍ରିକେଟ କ୍ୟାରିୟର ମଧ୍ୟରେ ପାର୍ଥିବ ପଟେଲ ଭାରତ ପାଇଁ ତିନିଟି ଫର୍ମାଟରେ ଖେଳିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ସମସ୍ତ ଫର୍ମାଟରୁ ପାର୍ଥିବ ଅବସର ଘୋଷଣା କରିଛନ୍ତି । ତେବେ ଆଗକୁ ଆଇପିଏଲ ଖେଳିବା ଜାରି ରଖିବେ ବୋଲି ପାର୍ଥିବ ପଟେଲ ସୂଚନା ଦେଇଛନ୍ତି  ।

୩୫ବର୍ଷୀୟ ପାର୍ଥିବ ପଟେଲ ଟିମ୍ ଇଣ୍ଡିଆ ପାଇଁ ୨୫ଟି ଟେଷ୍ଟ, ୩୮ ଦିନିକିଆ ଓ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ୨୦୦୨ ମସିହାରେ ସର୍ବକନିଷ୍ଠ ଓ୍ୱିକେଟ କିପର ଭାବରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ପାର୍ଥିବ ପଟେଲ୍ । ସେତେବେଳେ ତାଙ୍କୁ ମାତ୍ର ୧୭ବର୍ଷ ହୋଇଥିଲା । ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲେ ।

୨୦୦୪ରେ ଦୀନେଶ କାର୍ତ୍ତିକ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଆବିର୍ଭାବ ପରେ ଚୁଡ଼ାନ୍ତ ଏକାଦଶରେ ପାର୍ଥିବ ପଟେଲଙ୍କୁ ଆଉ ସୁଯୋଗ ମିଳି ନଥିଲା । ଶେଷ ଥର ପାଇଁ ୨୦୧୬ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଧୋନିଙ୍କ ଆହତ ଯୋଗୁ ତାଙ୍କୁ ଟିମରେ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ସୁଯୋଗ ମିଳିଥିଲା ।

Show More

Related Articles

Back to top button