Breaking PLUSଓଡ଼ିଶାମୁଖ୍ୟ ଖବର
ବିଜେପିରେ ସାମିଲ ହେଲେ ପର୍ଶୁରାମ ଧଡା

ଭୁବନେଶ୍ୱର- ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି। ଟିକେଟ୍ ନ ଦେବାରୁ ନିକଟରେ ପର୍ଶୁରାମ ବିଜେଡି ଛାଡ଼ିଥିଲେ । ଭାଜପାରେ ମିଶିବା ପରେ ପର୍ଶୁରାମ କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ତାକୁ ମାନିବି, ୧୦ ବର୍ଷ ପରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ବିଜେପିକୁ ଧନ୍ୟବାଦ ଜଣାଇଛନ୍ତି ।