Breaking PLUSଦେଶମୁଖ୍ୟ ଖବର
ବଢିଲା ସାଂସଦଙ୍କ ଦରମା

ଭୁବନେଶ୍ୱର- ସାଂସଦମାନଙ୍କ ଦରମା ବୃଦ୍ଧି କରାଯାଇଛି। ପୂର୍ବ ତୁଳନାରେ ଏଣିକି ସାଂସଦମାନେ ଏଣିକି ମାସିକ ୨୪ ହଜାର ଟଙ୍କା ଅଧିକ ଦରମା ପାଇବେ। ପୂର୍ବରୁ ସେମାନଙ୍କ ଦରମା ୧ ଲକ୍ଷ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି। ଏହା ସହିତ ସେମାନଙ୍କ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ୨ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି। ଏହି ନୂଆ ବେତନ ଏବଂ ପେନସନ ୨୦୨୩ ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହେବ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।