Breaking PLUSଓଡ଼ିଶାମୁଖ୍ୟ ଖବର

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଗଜପତି ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଜେରାରେ ପଡ଼ିଲା ଗଜପତି ଡିଏଫଓଙ୍କ ପାଳି । ଆଜି ତଦନ୍ତକାରୀ ଟିମ୍ ଆଗରେ ହାଜର ହୋଇଛନ୍ତି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ତାଙ୍କୁ ପଚରାଉଚରା ଚଳାଇଛନ୍ତି । ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର ଲୋକ ।

ବୋହୂ ବିଦ୍ୟାଭାରତୀଙ୍କ ସହ ଗଜପତି ଡିଫଓଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡିଏଫଓଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ବି ହୋଇଥିଲା । ପୂର୍ବରୁ ତଦନ୍ତ ବେଳେ ଗଜପତି ପୋଲିସ ତାଙ୍କୁ କ୍ଲିନଚିଟ୍ ଦେଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଆଜି ତାଙ୍କୁ ପଚରାଉଚରା କରାଯାଉଛି ।

Show More

Related Articles

Back to top button