Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ପପୁ ପମ୍‌ପମ୍‌ଙ୍କୁ ମିଳିଲା କ୍ଲିନ୍‌ଚିଟ୍‌

ନିର୍ଦ୍ଦୋଷ ରାୟ ଦେଲେ ପକ୍ସୋ କୋର୍ଟ

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲା । ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦେଶ । ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ରେ ଜଣେ ନାବାଳିକାଙ୍କୁ ଆଣିଥିଲେ ଅଭିଯୋଗ । ଖବର ଅନୁଯାୟୀ, ୨୦୧୬ରେ ଜଣେ ନାବାଳିକାଙ୍କୁ ଫିଲ୍ମରେ ରୋଲ୍‌ ଦେବାକୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ପପୁଙ୍କୁ ସେତେବେଳେ ଗିରଫ କରିଥିଲା ପୋଲିସ ।

ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହୋଇଥିଲା । ଆଉ ଏବେ ଏହି ମାମଲାରୁ ଶୁଣାଣି କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ତେବେ ୨୦୧୬ରେ ଏହି ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଏହାସହିତ ତାଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

Show More

Related Articles

Back to top button