Breaking PLUSଓଡ଼ିଶାମୁଖ୍ୟ ଖବର

ପଙ୍କଜ ଲୋଚନ ମହାନ୍ତି ହେବେ ଓସିଏ ସଭାପତି !

କଟକ : ଗତମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଏବେ କାମଚଳା ସଭାପତି ଅଛନ୍ତି। ହେଲେ ଫେବୃଆରୀ ୨୩ରେ ହେବାକୁ ଥିବା ନିର୍ବାଚନରେ ପଙ୍କଜ ସଭାପତି ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡ଼ିଛି। ପଙ୍କଜ ଗତଥର ଓସିଏର ସଭାପତି ଥିଲେ ଏବଂ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ କରିଥିଲେ। ତେବେ ପ୍ରଣବ ପ୍ରକାଶଙ୍କ ଆବିର୍ଭାବ ପରେ ପଙ୍କଜ ଲୋଚନ ଗତ ନିର୍ବାଚନରେ ଉପସଭାପତି ନିର୍ବାଚିତ ହୋଇଥିଲେ। ଓସିଏର ଆସନ୍ତା ନିର୍ବାଚନ ହେବାକୁ ୭-୮ ମାସ ବାକିଥିବାରୁ ଏହି ସମୟ​‌ରେ ପଙ୍କଜ ଲୋଚନ ମହାନ୍ତି ଓସିଏର ସର୍ବୋଚ୍ଚ ପଦବୀରେ ରହିବେ।

Show More

Related Articles

Back to top button