Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପଙ୍କୋଦ୍ଧାର ଏକାଦଶୀ

ପୁରୀ: ଆଜି (ବୁଧବାର) ପଙ୍କୋଦ୍ଧାର ଏକାଦଶୀ। ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ପାଳନ ହୋଇଛି । ହଜାର ହଜାର ଭକ୍ତ ଉତ୍କଣ୍ଠା ସହକାରେ ଅପେକ୍ଷା କରି ପ୍ରଭୁଙ୍କ ଦର୍ଶନ କରିଛନ୍ତି। ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୂଙ୍କୁ ଭକ୍ତମାନେ ଦଶର୍ର୍ନ କରନ୍ତି। ତେଣୁ ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ପୁରୀ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବାରିକେଡ୍ ବ୍ୟବସ୍ଥା, ଧାଡି ବ୍ୟବସ୍ଥା ସହ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି। ଚୋରି, ଛିନତାଇ , ଗଣ୍ଡଗୋଳକୁ ରୋକିବାକୁ ୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ସାଧା ପୋଷାକରେ ପୁଲିସ୍ ମୂତୟନ ରହିବେ । ଦୁଇ ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ଵରେ ରହିବେ । ସେପଟେ ଜାଗର ଯାତ୍ରା ପାଇଁ ମଧ୍ୟ ୨୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

Show More

Related Articles

Back to top button