ଦେଶ ବିଦେଶମୁଖ୍ୟ ଖବର

ମହାମାରୀ ମଧ୍ୟରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଷ୍ଟାଚ୍ୟୁ ଅଫ ୟୁନିଟି

ଗୁଜରାଟର ନର୍ମଦା ଜିଲ୍ଲାରେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଶନିବାର ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲା ଯାଇଛି

କରୋନା ଭାଇରସ ମହାମାରୀ ବ୍ୟାପିବା ପରେ ଏହାକୁ ବନ୍ଦ କରାଯାଇଥିଲା। ଏବେ ପୂରା ସୁରକ୍ଷା ସହିତ ପୁଣି ଥରେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଖୋଲା ଯାଇଛି। ସରକାରୀ ବିଜ୍ଞପ୍ତିରେ ଏହାର ସୂଚନା ଦିଆଯାଇଛି।ମହାମାରୀ କାରଣରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟରର ଉଚ୍ଚ ପ୍ରତୀମା ସାତ ମାସ ହେବ ଆଗନ୍ତୁକଙ୍କ ପାଇଁ ବନ୍ଦ ରହିଥିଲା।

ବିଜ୍ଞପ୍ତି ଅନୁଯାୟୀ ପ୍ରତିଦିନ ଅତି କମରେ ୨୫୦୦ ପର୍ଯ୍ୟଟକ ଏଠାକୁ ଆସିବାକୁ ଅନୁମତି ଦିଆଯିବ। ପ୍ରବେଶ ପାଇଁ ପ୍ରତ୍ୟେକ ଦିନ ଦୁଇ ଦୁଇ ଘଣ୍ଟାର ପାଞ୍ଚ ସ୍ଲଟ୍ ରହିବ ଏବଂ ପ୍ରତ୍ୟେକ ସ୍ଲଟରେ କେବଳ ୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ। ପ୍ରବେଶ ପାଇଁ ଟିକେଟ୍ କେବଳ ଆନୁଷ୍ଠାନିକ ଓ୍ଵେବ୍‌ସାଇଟ୍‌ରେ ମିଳିବ।ବିଜ୍ଞପ୍ତି ଅନୁଯାୟୀ ଷ୍ଟାଚ୍ୟୁ ଅଫ ୟୁନିଟିର ରିଭର ରାଫ୍‌ଟିଙ୍ଗ, ଏକତା ନର୍ସରୀ, କ୍ୟାକ୍‌ଟମ ଗାର୍ଡେନ ଓ ବଟରଫ୍ଲାଇ ଗାର୍ଡେନକୁ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି।

Show More

Related Articles

Back to top button