Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପଞ୍ଚାୟତ ନିର୍ବାଚନ ୨୦୨୨

ନୋମିନେସନ ପରେ ବଢିଲା ଟେନସନ, ଏବେ ସବୁ ଦଳ ପାଇଁ ଅଡ଼ୁଆ ଅସନ୍ତୁଷ୍ଟ ଗୋଷ୍ଠୀ

ପଞ୍ଚାୟତ ନିର୍ବାଚନ ଲାଗି ଆଜି ସରିଲା ପ୍ରାର୍ଥୀପତ୍ର ଯାଞ୍ଚ । ୨୫ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ତେବେ ପଞ୍ଚାୟତ ନିର୍ବାଚନ ନେଇ ଆଗକୁ ଅସଲ ଖେଳ ବାକି ଥିବା ବେଳେ ଏବେ ସବୁ ରାଜନୈତିକ ଦଳ ପାଇଁ ଅଡ଼ୁଆ ହୋଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ଟିକେଟ ନପାଇ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ କିଭଳି ମନାଇ ହେବ ସେନେଇ କସରତ ଚଳାଇଛନ୍ତି ତିନି ପ୍ରମ୍ମୁଖ ରାଜନୈତିକ ଦଳର ନେତା । କାହିଁକି ନା ବିଦ୍ରୋହୀ ପ୍ରାର୍ଥୀଙ୍କୁ ନବୁଝାଇଲେ ଆଗକୁ ସବୁ ଅଙ୍କ ଭୁଲ ହୋଇଯିବାର ସମ୍ଭାବନା ବି ଅଛି । ଅଙ୍କ ବିଗାଡ଼ିବେ ବିଦ୍ରୋହୀ ଗୋଷ୍ଠୀ । ନୋମିନେସନ ପରେ ବଢ଼ିଲା ଟେନସନ । ବିଜେଡି ହେଉ କି ବିଜେପି କିମ୍ବା କଂଗ୍ରେସ, ସବୁ ଦଳ ପାଇଁ ଏବେ ଅଡ଼ୁଆ ହୋଇଛନ୍ତି ଅସନ୍ତୁଷ୍ଠ ଗୋଷ୍ଠୀ । ଯେଉଁମାନେ କୌଣସି ନା କୌଣସି କାରଣରୁ ଦଳୀୟ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଏବେ ସ୍ବାଧୀନ ପ୍ରାର୍ଥୀ ଭାବେ ନୋମିନେସନ ଫାଇଲ୍ କରିଛନ୍ତି । ଏମିତିରେ ଭୋଟ୍ ଭାଗ ହେବ ଏବଂ ସବୁ ଅଙ୍କ ଭୁଲ୍ ହୋଇଯିବାର ସମ୍ଭାବନା ବି ରହିଛି । ତେଣୁ ଭୋଟ୍ ପୂର୍ବରୁ କିଭଳି ଅସନ୍ତୁଷ୍ଟଙ୍କୁ ମନାଇହେବ ସେନେଇ ସବୁ ରାଜନୈତିକ ଦଳ ଆରମ୍ଭ କରିଛନ୍ତି କସରତ ।

ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ଯେଉଁଠି ବିଭିନ୍ନ ଦଳର ଏକାଧିକ ପ୍ରାର୍ଥୀ ଅଛନ୍ତି ସେସବୁ ସ୍ଥାନରେ କେମିତି ଭୋଟ୍ ମ୍ୟାନେଜ୍ ହେବ ସେନେଇ ସ୍ଥାନୀୟ ଅଂଚଳର ବଡ଼ ନେତାଙ୍କୁ ଦିଆଯାଇଛି ଦାୟିତ୍ବ । ଦଳର ଭୋଟ୍ ଯେମିତି ବିଭାଜନ ନହେବ ସେଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ଦଳୀୟ ରଣନୀତିକାର । ଅବୁଝା ନେତା କର୍ମୀଙ୍କୁ ବୁଝାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିଆଯାଉଛି ପରାମର୍ଶ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମୋଟ ୨ଲକ୍ଷ ୨୯ହଜାର ୬୨ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ସେମାନଙ୍କ ଭିତରୁ ୧ ଲକ୍ଷ ୬୨ ହଜାର ୨୯୭ ୱାର୍ଡମେମ୍ବର ପ୍ରାର୍ଥୀ, ୩୪ ହଜାର ୬ ଶହ ୧୩ ସରପଞ୍ଚ ପ୍ରାର୍ଥୀ , ୨୮ ହଜାର ୧୫୩ ପଞ୍ଚାୟତ ସମିତି ପ୍ରାର୍ଥୀ ଏବଂ ୩ ହଜାର ୯ଶହ ୯୯ ଜିଲ୍ଲାପରିଷଦ ପ୍ରାର୍ଥୀ । ଆଜି ସରିଛି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା। ୨୫ ତାରିଖ ନାମାଙ୍କନ ପତ୍ୟାହାର ପରେ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଲମତାପୁଟ ବ୍ଲକରେ ପ୍ରାର୍ଥୀ ପତ୍ର ଯାଞ୍ଚ ବେଳେ ଉତ୍ତେଜନ ସାମ୍ନାକୁ ଆସିଥିଲା । ରାଜ୍ୟରେ ୮୫୩ ଜିଲ୍ଲା ପରିଷଦ, ୬ ହଜାର ୭୯୪ ଗ୍ରାମ ପଞ୍ଚାୟତ ଏବଂ ୯୧ ହଜାର ୯୧୬ ୱାର୍ଡ ପାଇଁ ନିର୍ବାଚନ ହେବ। ୱାଡ ମେମ୍ବର ସରପଞ୍ଚ ଓସମିତି ସଭ୍ୟ ଜିଲ୍ଲା ପରିଷଦ ସିଧାସଳଖ ଦଳୀୟ ପ୍ରାର୍ଥୀ ହେଉନଥିବାବେଳେ ଜିଲ୍ଲା ପରିଷଦ ଦଳୀୟ ସଙ୍କେତର ଭୋଟ ହେଉଛି । ତେଣୁ ଅସନ୍ତୁଷ୍ଟକୁ ମନେଇବାକୁ ସେମାନଙ୍କ ହାତରେ ଆଉ ମଝିରେ ୨ ଦିନ ରହିଛି । ଏଭଳି ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଚାପ ପ୍ରୟୋଗ ସହ ବିଭିନ୍ନ ସ୍ତରରେ ମୂଲଚାଲ ବି ଆରମ୍ଭ ହୋଇଛି ।

Show More

Related Articles

Back to top button