Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ପରିସରରେ ପାନ,ଗୁଟଖା ସମ୍ପୂର୍ଣ୍ଣ ନିଷେଧ

ପୁରୀ : ନୂଆ ବର୍ଷରୁ ଶ୍ରୀମନ୍ଦିର ପରିସରରେ ପାନ,ଗୁଟଖା ସମ୍ପୂର୍ଣ୍ଣ ନିଷେଧ। ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବ। ଏନେଇ ଆଜି ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ମିଳିଛି। ଏବେ ସଚେତନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଆଜି ସୂଚନା ମିଳିଛି। ପାନ,ଗୁଟଖା ପାଇଁ ଫାଇନ୍‌‌ ବ୍ୟବସ୍ଥା ଥିଲେ ମଧ୍ୟ କେହି ଏହାକୁ ମାନୁ ନାହାନ୍ତି। ଏବେ ସଚେତନ କରାଯିବ ସହ ଜାନୁଆରୀ ୧ରୁ ନିୟମ ଲାଗୁ ହେବ। ଏହାସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀଙ୍କୁ ମଧ୍ୟ ପାନ,ଗୁଟଖା ମନା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Show More

Related Articles

Back to top button