ଓଡ଼ିଶା

ଗାଜା ସମେତ ଯୁଦ୍ଧର ନିଆଁରେ ଜଳୁଛନ୍ତି ଅନେକ ରାଷ୍ଟ୍ର

ତେଲଅଭିବ-ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ ପରେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଗାଜା ସମେତ ଆହୁରି ଅନେକ ଦେଶ ଯୁଦ୍ଧରେ ନିଆଁରେ ଜଳୁଛନ୍ତି । ରବିବାର ଗୋଲାନ ହାଇଟ୍ସ ଆଡକୁ ରକେଟ୍ ମାଡ ପରେ ଜବାବରେ ଇସ୍ରାଏଲ୍ ବାୟୁସେନା ଦକ୍ଷିଣ ସିରିଆରେ ରାତାରାତି ସାମରିକ ଆଡ୍ଡା ଉପରେ ପ୍ରବଳ ଆକ୍ରମଣ କରିଛି। ଏହାସହିତ ଉତ୍ତର ଗାଜାରେ ଇସ୍ରାଏଲର ସ୍ଥଳ ସେନା ଓ ବାୟୁସେନାର ଆକ୍ରମଣ ଜାରି ରହିଛି । ଉତ୍ତର ଗାଜାରେ ଆଜି ସକାଳେ ଅନେକ ସ୍ଥାନରେ ମିସାଇଲ୍ ଓ ରକେଟ୍ ମାଡ ହୋଇଛି । ଏହା ମଧ୍ୟରେ ଋଷ ନିଜର ଏକ ଏୟାରପୋର୍ଟକୁ ନଭେମ୍ବର ଛଅ ତାରିଖ ଯାଏ ବନ୍ଦ ରଖିଛି ।
ସିରିଆର ରାଜଧାନୀ ଦମାସକସରେ ଇସ୍ରାଏଲର ଆକ୍ରମଣର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଅନ୍ୟପଟେ ଗାଜା ଷ୍ଟ୍ରିପ ଉପରେ ସ୍ଥଳଭାଗରେ ଆକ୍ରମଣ ନକରିବାକୁ ଇସ୍ରାଏଲ ବିଶ୍ୱର ଅପିଲକୁ ପ୍ରତ୍ୟାଖ୍ୟାନ କରିଛି। ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଥିବା ହମାସ ଠିକଣାକୁ ଧ୍ବଂସ କରୁଛନ୍ତି । ଗାଜାରେ ପ୍ରାୟ 8ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏଥିରେ 3342 ଶିଶୁ ଥିବା ସୂଚନା ମିଳିଛି ।

Show More

Related Articles

Back to top button