
ବକ୍ସ ଅଫିସରେ ଦବଦବା ଜାରି ରଖିଛି ପାକିସ୍ତାନୀ ଫିଲ୍ମ । ପାକିସ୍ତାନୀ ଅଭିନେତା ଫୱାଦ ଖାନ ଏବଂ ମାହିରା ଖାନଙ୍କ ଫିଲ୍ମ ଦି ଲିଜେଣ୍ଡ ଅଫ ମୌଲା ଜଟ ବର୍ତ୍ତମାନ ବକ୍ସ ଅଫିସରେ ରେକର୍ଡ କରୁଛି । ଏହି ଫିଲ୍ମ ପାକିସ୍ତାନ ବାହାରେ ୫୦ କୋଟିରୁ ଅଧିକ ଆୟ କରିଛି। ୨୫ ଦଶନ୍ଧିରେ ୫୦୦ ପରଦାରେ ମୁକ୍ତିଲାଭ କରିଥିବା ମୌଲା ଜଟ ବିଶ୍ୱ ବକ୍ସ ଅଫିସରେ ସବୁଠୁ ବଡ ୱିକେଣ୍ଡ ଓପନର୍ ପାକିସ୍ତାନୀ ଚଳଚ୍ଚିତ୍ର ତାଲିକାରେ ଶୀର୍ଷରେ ରହିଛନ୍ତି । ଏହି ଫିଲ୍ମକୁ ନେଇ ଭାରତରେ ମଧ୍ୟ ଖୁବ୍ ଚର୍ଚ୍ଚା ଲାଗି ରହିଛି ।
ଓପନିଂ ସପ୍ତାହରେ ଫୱାଦ ଖାନଙ୍କ ଏହି ଚଳଚ୍ଚିତ୍ର ୫୧କୋଟି ରେକର୍ଡ ଭାଙ୍ଗିଛି। ଏହା ସହିତ ଏହି ପାକିସ୍ତାନୀ ଚଳଚ୍ଚିତ୍ରରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି । ଉଦଘାଟନୀ ସପ୍ତାହରେ ୫୦ କୋଟି ରୋଜଗାର କରିଥିବା ପ୍ରଥମ ପାକିସ୍ତାନୀ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରଟି ବିଲାଲ ଇଶାରାଙ୍କ ନିର୍ଦ୍ଦେଶିତ ୧୯୯୭ ଚଳଚ୍ଚିତ୍ର ମୌଲା ଜାଟ୍ର ରିମେକ୍ ଅଟେ ।
ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଖରାପ ସମ୍ପର୍କ ହେତୁ ଫୱାଦ ଖାନଙ୍କ ଏହି ପ୍ରସିଦ୍ଧ ଚଳଚ୍ଚିତ୍ର ଭାରତରେ ରିଲିଜ ହୋଇନାହିଁ। ତେବେଏହାକୁ କେବଳ ନେଟଫ୍ଲିକ୍ସ, ପ୍ରାଇମ, ଆମାଜନ ପରି ଅନେକ ଓଟିଟୋ ପ୍ଲାଟଫର୍ମରେ ଦର୍ଶକଙ୍କୁ ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।
ଦେଖନ୍ତୁ ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହ ଶେଷରେ କେତେ ରୋଜଗାର କରିଛି …
ପାକିସ୍ତାନରେ: ୧୧.୩ କୋଟି ଟଙ୍କା
ଇଂଲଣ୍ଡରେ: ୭.୭୬ କୋଟି ଟଙ୍କା
ଯୁକ୍ତରାଷ୍ଟ୍ରରେ: ୬.୩୪ କୋଟି ଟଙ୍କା
ଦୁବାଇରେ: ୧୧.୨୬ କୋଟି ଟଙ୍କା