ଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନ ବିଶ୍ୱର ସବୁଠାରୁ ବିପଦଜନକ ରାଷ୍ଟ୍ର : କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ୱାଶିଂଟନ: ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦଜନକ ଦେଶ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶୁକ୍ରବାର ରାଷ୍ଟ୍ରପତି ବାଇଡେନ ଡେମୋକ୍ରାଟିକ କଂଗ୍ରେସନାଲ ପ୍ରଚାର କମିଟି ରିସେପସନକୁ ସମ୍ବୋଧନ କରିବା ବେଳେ ଏକଥା କହିଥିବା ହ୍ୱାଇଟହାଉସ ପକ୍ଷରୁ ଜାରି ବିବୃତିରୁ ସ୍ପଷ୍ଟ ହୋଇଛି। ବାଇଡେନ କହିଛନ୍ତି, “ମୁଁ ଯାହା ଭାବୁଛି ବିଶ୍ୱର ଅନ୍ୟତମ ସବୁଠାରୁ ବିପଦଜନକ ଦେଶ ହେଉଛି ପାକିସ୍ତାନ। କାରଣ ଏହି ଦେଶ ପାଖରେ ବିନା କୌଣସି ବୁଝାମଣାରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଏହା କେମିତି ବିଶ୍ୱକୁ ପ୍ରଭାବିତ କରୁଛି, ସେ ବିଷୟରେ କହିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନ କଥା ଉଠାଇଛନ୍ତି। ଏଥିସହ ଆମେରିକା ସହ ଅନ୍ୟ ଦେଶଗୁଡ଼ିକ ସମ୍ପର୍କ ବିଷୟରେ ମଧ୍ୟ ମତ ରଖିଛନ୍ତି ଜୋ ବାଇଡେନ। ଆମେରିକା ଓ ପାକିସ୍ତାନ ମଧ୍ୟରେ ପ୍ରାୟ ୩ ସପ୍ତାହ ତଳେ ଏଫ-୧୬ର ସାମଗ୍ରୀ ସମ୍ପର୍କରେ ଡିଲ୍ ହୋଇଥିଲା। ଏହି ଘଟଣାକୁ ନେଇ ଭାରତ ଆପତ୍ତି ମଧ୍ୟ ଉଠାଇଥିଲା। ବିବାଦ ଭିତରେ ରାଷ୍ଟ୍ରପତି ବାଇଡେନ ଶୁକ୍ରବାର ଏପରି ବୟାନ ଦେଇଛନ୍ତି। ସେପ୍ଟେମ୍ବର ୨୬ରେ ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନ କହିଥିଲେ ଯେ ୱାଶିଂଟନ ସବୁବେଳେ ସବୁ ଦେଶର ମିଲିଟାରୀ ଆବଶ୍ୟକତା ପୂରଣ କରି ଆସିଛି। ଯେହେତୁ ପାକିସ୍ତାନକୁ ଆମେରିକା ଏଫ-୧୬ ଯୁଦ୍ଧ ବିମାନ ଦେଇଛି, ଏହା ସହ ଜଡ଼ିତ ସାମଗ୍ରୀ ଯୋଗାଇ ଦେବାର ଦାୟିତ୍ୱ ମଧ୍ୟ ୱାଶିଂଟନର ରହିଛି। ପାକିସ୍ତାନ ପାଖରେ ଦୀର୍ଘ ବର୍ଷ ହେଲାଣି ଏଫ-୧୬ ଯୁଦ୍ଧ ବିମାନ ରହିଥିଲା। ସେଗୁଡ଼ିକ ପୁରୁଣା ବିମାନ। ତେଣୁ ଏଗୁଡ଼ିକର ରକ୍ଷଣାବେକ୍ଷଣା ପାଇଁ ଆମେ ଏବେ ଡିଲ୍‌ କରିଥିବା ସେ କହିଥିଲେ। ତଥାପି ଭାରତ ଏହାକୁ ପରୋକ୍ଷରେ ବିରୋଧ କରିବା ସହ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶକୁ ସହଯୋଗ କରିବା ଠିକ ନୁହେଁ ବୋଲି ମତ ରଖିଥିଲା।

 

Show More

Related Articles

Back to top button