Breaking PLUSଦେଶ ବିଦେଶମୁଖ୍ୟ ଖବର

ବଦଳିଲା ପାକିସ୍ତାନ ସେନାମୁଖ୍ୟଙ୍କ ସ୍ୱର : ଭାରତ ସହିତ ଶାନ୍ତିପୂର୍ଣ୍ଣ ସହଯୋଗ ଚାହୁଁଛି ପାକିସ୍ତାନ

ଭାରତ ପାଖରୁ ଅଧିକାଂଶ ଥର ଯୁଦ୍ଧରେ ହାରିବା ପରେ ଓ ଆତଙ୍କବାଦ ଦ୍ୱାରା ନିଜକୁ ଗ୍ରାସିତ କରି ସାରିବା ପରେ ପାକିସ୍ତାନର ବର୍ତ୍ତମାନ ବୁଦ୍ଧି ଆସିବା ଆରମ୍ଭ କରିଛି ନା ସିଏ ଶାନ୍ତିର ନାଁ ନେଇ ଅନ୍ୟ କୌଣସି ଷଡଯନ୍ତ୍ର କରୁଛି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପରେ ପଡୋଶୀ ଦେଶର ସେନା ମୁଖ୍ୟ ବାଜବା କହିଛନ୍ତି ପାକିସ୍ତାନ ଭାରତ ସହିତ ପୁରୁଣା କଥାକୁ ଭୁଲି ଶାନ୍ତିର ସହିତ କଥାବାର୍ତା କରିବାପାଇଁ ପ୍ରସ୍ତୁତ ଅଛି

ଭାରତ ପାଖରୁ ଅଧିକାଂଶ ଥର ଯୁଦ୍ଧରେ ହାରିବା ପରେ ଓ ଆତଙ୍କବାଦ ଦ୍ୱାରା ନିଜକୁ ଗ୍ରାସିତ କରି ସାରିବା ପରେ ପାକିସ୍ତାନର ବର୍ତ୍ତମାନ ବୁଦ୍ଧି ଆସିବା ଆରମ୍ଭ କରିଛି ନା ସିଏ ଶାନ୍ତିର ନାଁ ନେଇ ଅନ୍ୟ କୌଣସି ଷଡଯନ୍ତ୍ର କରୁଛି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପରେ ପଡୋଶୀ ଦେଶର ସେନା ମୁଖ୍ୟ ବାଜବା କହିଛନ୍ତି ପାକିସ୍ତାନ ଭାରତ ସହିତ ପୁରୁଣା କଥାକୁ ଭୁଲି ଶାନ୍ତିର ସହିତ କଥାବାର୍ତା କରିବାପାଇଁ ପ୍ରସ୍ତୁତ ଅଛି l ଭାରତ ସହିତ ବିନା କାରଣରେ ଶସ୍ତ୍ରୁତ କରି ନିଜକୁ ବର୍ବାଦ କରିଥିବା ପାକିସ୍ତାନ ସେନା ମୁଖ୍ୟ କାଶ୍ମୀର ଆଡକୁ ଇଙ୍ଗିତ କରି କହିଛନ୍ତି ଏହି ଭଳି ମୁଦା ଯୋଗୁ ଦକ୍ଷିଣ ଏସିଆ ଦରିଦ୍ର ଆଡକୁ ଗତି କରୁଛି l

ବିକାଶ ବଦଳରେ ହତିଆର ଉପରେ ପଇସା ଖର୍ଚ କରିବାକୁ ପଡୁଛି l ପାକିସ୍ତାନ ଗଣମାଧ୍ୟମ ଡନ୍ ର ସୂଚନା ଅନୁସାରେ ଇସ୍ଲାମାଵାଦରେ ପାକିସ୍ତାନ ସେନା ମୁଖ୍ୟ କହିଛନ୍ତି ଯେ କାଶ୍ମୀର ସମସ୍ୟାର ସମଧାନକୁ ବାହାର କରିବା ନିହାତି ଆବଶ୍ୟକ ଓ ଏହା ଠିକ ସମୟ ଅଟେ ଯେତେବେଳେ ଭାରତ ଓ ପାକିସ୍ତାନ ପୁରୁଣା କଥାକୁ ଭୁଲି ଆଗକୁ ବଢିବେ l ସେ କହିଛନ୍ତି ଭାରତ ପାକିସ୍ତାନର ସମ୍ପର୍କରେ ସ୍ଥିରତା ଆସିଲେ ଦକ୍ଷିଣ ଓ ମଧ୍ୟ ଏସିଆରେ ସମ୍ପର୍କ ବଢିବ l ଦୁଇଟି ପରମାଣୁ ସମ୍ପର୍ଣ୍ଣ ପଡୋଶୀଙ୍କର ବିବାଦ କାରଣରୁ ଏହା ହୋଇ ପାରୁ ନାହିଁ l ସେ କହିଛନ୍ତି ପାକିସ୍ତାନ ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି l

ପାକିସ୍ତାନ ଭାବୁଛି ଯେ ଏହି ଶତ୍ରୁତାକୁ ଇତିହାସର ଫର୍ଦରେ ପୋତିଦେଇ ଭଲ ସମ୍ପର୍କ ନେଇ ଆଗକୁ ବଢିବା ଆବଶ୍ୟକ l କଥାବାର୍ତା କରିବା ଭାରତ ଉପରେ ନିର୍ଭର କରେ ଓ ଭାରତ ଆଗକୁ ପାଦ ବଢାଇବା ଆବଶ୍ୟକ l ଭାରତ ପୂର୍ବରୁ କହି ସାରିଛି ଯେ ପାକିସ୍ତାନ ଯେତେଦିନ ପର୍ଯ୍ୟନ୍ତ ଆତଙ୍କବାଦର ରାସ୍ତା ଛାଡିବା ନାହିଁ ସେତେ ଦିନ ପର୍ଯ୍ୟନ୍ତ ତା ସହିତ କୌଣସି ବିଷୟରେ ଆଲୋଚନା କରିବା ଠିକ ନୁହେଁ l ଆତଙ୍କବାଦ କାରଣରୁ ନିଜର ଅର୍ଥବ୍ୟବସ୍ଥାକୁ କାଙ୍ଗାଳ କରିଥିବା ପାକିସ୍ତାନ କହିଛି ଗରିବ ହେବ ସତ୍ୱେ ମଧ୍ୟ ଆମର ଅଧିକାଂଶ ଅର୍ଥ ରକ୍ଷା ଉପରେ ଖର୍ଚ ହେଉଛି l

Show More

Related Articles

Back to top button