Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ କ୍ଷତି ହୋଇଥିବା ସ୍ୱୀକାର କଲେ ଶେହବାଜ

ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା । ହେଲେ ପାକିସ୍ତାନ କିନ୍ତୁ ବାରମ୍ବାର ମିଛ ପ୍ରଚାର କରୁଥିଲା ଯେ ପାକ୍‍ ମାଟିରେ କୌଣସି କ୍ଷତି ହୋଇନାହିଁ । ହେଲେ ଏବେ ନିଜେ ଖୋଦ୍‍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କରିଛନ୍ତି । ଭାରତର ପ୍ରତିଶୋଧମୂଳକ ଆକ୍ରମଣରେ ତାଙ୍କର ଅନେକ ବାୟୁସେନା ଘାଟି ଧ୍ୱଂସ ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ୍‍ ସରିଫ । ସବୁଠାରୁ ହାଇପ୍ରୋଫାଇଲ ଏୟାରବେସକୁ ଧ୍ୱଂସ କରିଛି ଭାରତ । ପାକିସ୍ତାନର ଏହି ସ୍ୱୀକାରୋକ୍ତି ଏବେ ସର୍ବ ସମ୍ମୁଖରେ ଆସିଛି । ଏହା ସେହି ମିଛୁଆ ପାକିସ୍ତାନ, ଯିଏକି ଗତକାଲି ପର୍ଯ୍ୟନ୍ତ କହୁଥିଲା ଯେ ପାକିସ୍ତାନରେ କିଛି ହୋଇନାହିଁ । ନିଜର ଦେଶର ଲୋକଙ୍କୁ ମୁର୍ଖ ବନାଉଥିଲା ଏବଂ ବିଜୟର ଉତ୍ସବ ପାଳନ କରୁଥିଲା । ଏବେ ଏହା କିନ୍ତୁ କୁହୁଛି ଯେ ଭାରତ ବହୁତ କ୍ଷତି କରିଛି ।

ଶେହବାଜ ସରିଫ୍‍ଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡ଼ିଓରେ ସେ କହିଛନ୍ତି ଯେ ୯ ତାରିଖ ଏବଂ ୧୦ ତାରିଖରେ ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଜେନେରୋଲ ଆସିମ୍‍ ମୁନୀର ତାଙ୍କୁ ଫୋନ୍‍ କରି କହିଥିଲେ ଯେ ଜନାବ ଭାରତ ଏବେ ବାଲାଷ୍ଟିକ୍‍ କ୍ଷେପଣାସ୍ତ୍ର ମାଡ କରିଛି । ସେଥିରୁ ନୁରଖାନ୍‍ ଏୟାରବେସରେ ଏକ ମାଡ ହୋଇଥିବା ବେଳେ କିଛି ଅନ୍ୟରେ ମଧ୍ୟ ପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button