ଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ପୁଣି ବିଗିଡିଗଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା

ଭୁବନେଶ୍ୱର : ପଦ୍ମଶ୍ରୀ କମଳା ପୂଜାରୀ ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ସେ ଶୁକ୍ରବାର ରାତିରେ ଝାଡ଼ାବାନ୍ତିରେ ପୀଡ଼ିତ ହେବାପରେ ଶନିବାର ସକାଳେ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚମିଳିଛି । ଡାକ୍ତରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ସେ ବିପଦମୁକ୍ତ ଅଛନ୍ତି । ତେବେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକଟସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ଚାଲିଛି । ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୦ତାରିଖରେ ସେ ଜ୍ୱର ଓ ଝାଡ଼ାରେ ପୀଡ଼ିତ ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କୁ ଅଗଷ୍ଟ ୨୪ରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାଙ୍କୁ ଘରକୁ ପଠାଯାଇଥିଲା ।

Show More

Related Articles

Back to top button