
ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀ ଭାଗ୍ୟ ହେବ ନିର୍ଦ୍ଧାରଣ । କିଏ ମାରିବ ବାଜିମାତ୍ । ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପ୍ରକ୍ରିୟା । ପଦ୍ମପୁରରେ ବିଜେଡିର ଭଲ ପ୍ରଦର୍ଶନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୯ଟି ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଛି । ସବୁ ରାଉଣ୍ଡରେ ବିଜେଡି ତାର ଦବାଦବା ଦେଖାଇଛି । ଏବେ ସୁଦ୍ଧା ୩୩ ହଜାର ୫୯୬ ଭୋଟରେ ବିଜେଡି ସମସ୍ତଙ୍କୁ ପଛରେ ପକାଇଛି ।
ଆସନ୍ତୁ ନଜର ପକାଇବା କେଉଁ ରାଉଣ୍ଡରେ ବିଜେଡି କେତେ ଭୋଟରେ ଆଗୁଆ –
ପ୍ରଥମ ରାଉଣ୍ଡ-୧୭୧୨
ଦ୍ୱିତୀୟ ରାଉଣ୍ଡ- ୧୯୦୭
ତୃତୀୟ ରାଉଣ୍ଡ- ୨୧୪୭
ଚତୁର୍ଥ ରାଉଣ୍ଡ – ୨୪୧୨
ପଞ୍ଚମ ରାଉଣ୍ଡ – ୨୦୯
ଷଷ୍ଠ ରାଉଣ୍ଡ – ୨୩୨୨
ସପ୍ତମ ରାଉଣ୍ଡ – ୧୮୪୪
ଅଷ୍ଟମ ରାଉଣ୍ଡ – ୨୯୯୩
ନବମ ରାଉଣ୍ଡ – ୧୯୦୪
ଦଶମ ରାଉଣ୍ଡ – ୧୯୮୦
୧୧ତମ ରାଉଣ୍ଡ – ୧୯୨୬
୧୨ ତମ ରାଉଣ୍ଡ – ୫୬୮
୧୩ ତମ ରାଉଣ୍ଡ – ୨୧୩୯
୧୪ ତମ ରାଉଣ୍ଡ – ୨୨୯୪
୧୫ ତମ ରାଉଣ୍ଡ – ୧୧୮୧
୧୬ ତମ ରାଉଣ୍ଡ – ୧୯୮୫
୧୭ ତମ ରାଉଣ୍ଡ – ୫୪୧
୧୮ତମ ରାଉଣ୍ଡ – ୨୫୦୮
୧୯ ତମ ରାଉଣ୍ଡ – ୧୦୨୯
୨0 ତମ ରାଉଣ୍ଡ-ବିଜେଡି : ୫୨୬୬