ଦେଶମୁଖ୍ୟ ଖବରସ୍ୱତନ୍ତ୍ର

ତ୍ରିପୁରାରେ ବ୍ୟପିଲାଣି ସ୍ୱାଇନ ଫ୍ଲୁ

ସଂକ୍ରମିତ ଘୁଷୁରୀଙ୍କୁ ମାରି ଦେବାକୁ ନିର୍ଦ୍ଦେଶ ଦେଲେ ସରକାର

ଅଗରତାଲା: ତ୍ରିପୁରାରେ ଘୁଷୁରୀଙ୍କଠାରେ ନିହ୍ନଟ ହେଲା ସ୍ୱାଇନ ଫ୍ଲୁ । ତ୍ରିପୁରାର ସୋପାହିଜାଲା ଜିଲା ଅନ୍ତର୍ଗତ ଦେବୀପୁରରେ ପ୍ରାଣୀ ସଂଶାଧନ ବିକାଶ ବିଭାଗ ଦ୍ୱାରା ସଂଚାଳିତ ସରକାରୀ ପ୍ରଜନନ ଫାର୍ମରେ ଆଫ୍ରିକାନ୍ ସ୍ୱାଇନ ଫ୍ଲୁ ପହଞ୍ଚିଥିବା ଜଣାପଡିଛି । ଦେଶର ପୂର୍ବ ଭାଗରେ ଥିବା ରାଜ୍ୟ ଜୋରାମରେ ସ୍ୱାଇନ ଫ୍ଲୁ ପ୍ରଥମେ ବ୍ୟାପିବା ପରେ ଏବେ ଏହା ତ୍ରିପୁରାରେ ପହଞ୍ଚିଲାଣି ବୋଲି ଏହି ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ,ଅଗରତାଲାର ରୋଗ ଯାଞ୍ଚ କେନ୍ଦ୍ରର ବିଶେଷଜ୍ଞଙ୍କ ଏକ ଟିମ ସୋମବାର ଫାର୍ମ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ର‌୍ୟାପିଡ ରେସପନ୍ସ ଟିମର ଗଠନ କରିଛନ୍ତି । ଫାର୍ମରେ ଥିବା ଏହି  ଘୁଷୁରିମାନଙ୍କ ନିକଟରେ ଆଫ୍ରିକାନ ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଯିବା ପରେ ଏହା ଜଣାପଡିଛି । ୭ ଏପ୍ରିଲରେ ୩ ନମୁନା ପରୀକ୍ଷା ପାଇଁ ଉତ୍ତର-ପୂର୍ବ କ୍ଷେତ୍ରୀୟ ରୋଗ ନିଦାନ ପ୍ରୟାଗଶାଳା ପଠାଯାଇଥିଲା । ଏହାପରେ ୧୩ ଏପ୍ରିଲରେ ଆସିଥିବା ରିପୋର୍ଟରେ ସବୁ ପଜିଟିଭ ଥିବା ଜଣାପଡିଛି ।

ସରକାର ସଂକ୍ରମିତ ଘୁଷୁରୀଙ୍କୁ ମାରି ଦେବାକୁ ନିର୍ଦ୍ଦେଶ ଦେବାସହ ଏମାନଙ୍କୁ ୮ ଫୁଟର ଗାତ ଖୋଳି ପୋତିବାକୁ କହିଛନ୍ତି । ଏହାଦ୍ୱାରା ସଂକ୍ରମଣ ରୋକାଯାଇପାରିବ ।

Show More

Related Articles

Back to top button