ଦେଶ ବିଦେଶମନୋରଞ୍ଜନ

ଓସକାରସ ୨୦୨୨ ନୋମିସେନ

ଆସନ୍ତୁ ଜାଣିବା ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀ ପାଇଁ କେଉଁ କଳାକାର ମନୋନୀତ

ହଲିଉଡର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ହେଉଛି ଓସ୍କାର ଆୱାର୍ଡ। ପ୍ରତିବର୍ଷ ସିନେ ପ୍ରେମୀ ଏହାକୁ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ଲସ ଆଞ୍ଜେସଲରେ ୯୭ତମ ବାର୍ଷିକ ଆୱାର୍ଡ ଦିଆଯିବ । କିନ୍ତୁ ଏହା ପୂର୍ବରୁ ନୋମିନେସନ ଉପରେ ରହିଛି ଦର୍ଶକଙ୍କ ନଜର । ନୋମିନେସନର ଘୋଷଣାକୁ ଅପେକ୍ଷା କରି ରହିଥାନ୍ତି ସିନେ ପ୍ରେମୀ । ଏହାରି ଭିତରେ ମଙ୍ଗଳବାର ଓସ୍କାର ଆୱାର୍ଡ ପାଇଁ ନୋମିନେସନ ଘୋଷଣା କରାଯାଇଛି। ଟ୍ରେସୀ ଏଲିସ ରସ ଏବଂ ଲେସ୍ଲି ଜାର୍ଡନ ନୋମିନେସନ ଘୋଷଣା କରିଛନ୍ତି । ଓସ୍କାରରେ ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ଅଭିନେତା, ସହ ଅଭିନେତା, ସହ ଅଭିନେତ୍ରୀ ପରି କ୍ୟାଟେଗୋରୀ ସାମିଲ ରହିଛି ।

ଶ୍ରେଷ୍ଠ ସହ ଅଭିନେତ୍ରୀ:

ଜେସି ବକଲେ (ଦ ଲାଷ୍ଟ ଡାଟର), ଏରିୟାନା ଡେବୋସ (ବେଷ୍ଟ ସାଇଡ୍ ଷ୍ଟୋରୀ), ଜୁଡୀ ଡେଞ୍ଚ (ୱେଲ ଫାଷ୍ଟ), କ୍ରିଷ୍ଟନ ଡନଷ୍ଟ (ଦ ପାୱାର ଅଫ ଦ ଡଗ), ଆଞ୍ଜନ୍ୟୁ ଏଲିସ (କିଙ୍ଗ ରିଚର୍ଡ)

ଶ୍ରେଷ୍ଠ ସହ ଅଭିନେତା:

କାୟରନ ହିଣ୍ଡସ (ୱେଲ ଫାଷ୍ଟ), ଟ୍ରୋୟ କୋଟସୁର ( CODA ), ଜିସେ ପେନମନ୍ସ (ଦ ପାୱାର ଅଫ ଦ ଡଗ ), ଜେକେ ସିମନ୍ସ (ୱିନିଂ ଦ ରିକାର୍ଡାସ) କୋଡି ସ୍ମିଟ-ମେକଫୀ (ଦ ପାୱାର ଅଫ ଦ ଡଗ )

ଶ୍ରେଷ୍ଠ ଚଳଚିତ୍ର:

ୱେଲଫାଷ୍ଟ, କୋଡା, ଡୋଣ୍ଟ ଲୁକ୍ ଅପ୍, ଡ୍ରାଇଭ ମାଇ କାର, ଜ୍ୟୁନ, କିଙ୍ଗ ରିଚର୍ଡ , ଲୀଲୋରିସ ପିଜ୍ଜା, ନାଇଟମେୟର ଏଲେ, ଦ ପାୱାର ଅଫ ଦ ଡଗ, ବେଷ୍ଟ ଷ୍ଲାଇଡ୍ ଷ୍ଟୋରୀ

ଶ୍ରେଷ୍ଠ ନିର୍ଦ୍ଦେଶକ:

ପଲ ଥମାସ ଏଣ୍ଡରସନ (ଲିକୋରିସ ପିଜ୍ଜା), କେନେଥ ବ୍ରାନାଘ (ୱେଲଫାଷ୍ଟ), ଜେନ କ୍ୟାମ୍ପିୟନ (ଦ ପାୱାର ଅଫ ଦ ଡଗ), ଷ୍ଟିବନ ସ୍ପିଲବର୍ଗ (ବେଷ୍ଟ ସ୍ଲାଇଡ୍ ଷ୍ଚୋରୀ), ଋସୁକେ ହମାଗୁଚୀ (ଡ୍ରାଇଭ ମାଇ କାର) ।

Show More

Related Articles

Back to top button