Breaking PLUSଦେଶମୁଖ୍ୟ ଖବରରାଜନୀତି

ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ, 19 ଡିସେମ୍ବର – ଲୋକସଭା ଓ ରାଜ୍ୟସଭାରୁ 92ଜଣ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧୀମାନେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ମଙ୍ଗଳବାର ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆଇଏନଡିଆଇଏର ମେଣ୍ଟ ଦଳଗୁଡିକ ସାଂସଦମାନେ ଆଜି ସକାଳେ ଖଡଗେଙ୍କ ସହିତ ବୈଠକ କରିଥିଲେ । ଏହାପରେ ସମସ୍ତ ସାଂସଦମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ସମ୍ମୁଖରେ ଏକାଠି ହୋଇ ସରକାରଙ୍କ ବିରୋଧରେ ନାରା ଲଗାଇଥିଲେ ।
ପ୍ରଦର୍ଶନ ସମୟରେ ଖଡଗେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଗୃହର ଗାରିମାକୁ ଅପମାନ କରିଛନ୍ତି ।

Show More

Related Articles

Back to top button