ଦେଶ ବିଦେଶରାଜନୀତି

ମାତ୍ର ୨ଟଙ୍କା ଦେଇ ଆପଣାନ୍ତୁ ହି ପ୍ଲାନ୍‌, ପାଇ ପାରିବେ ୩୬ ହଜାର ଟଙ୍କାର ପେନ୍‌ସନ୍‌

ଜାଣନ୍ତୁ କଣ ଏହି ସରକାରୀ ଯୋଜନା

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା(PM Shram Yogi Man Dhan Yojna) ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ବେଶ୍‌ ଲାଭ ଦାୟକ ଯୋଜନା । ଏଥିରେ ରାସ୍ତା କଡରେ ଠେଲାଗାଡିରେ ଖାଦ୍ୟ ସାମଗ୍ରୀ ବିକୁଥିବା ଦୋକାନୀ, ରିକ୍ସା ଚାଳକ, ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅସଙ୍ଗଠିତ କ୍ଷେତ୍ରରେ ଜଡିତ ଲୋକମାନେ ନିଜ ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବାରେ ସାହାଯ୍ୟ ପାଇପାରିବେ । ଏହି ଯୋଜନା ଅନୁସାରେ ସରକାର ଶ୍ରମିକଙ୍କୁ ପେନସନର ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି । ଏହି ଯୋଜନାରେ ଆପଣ ପ୍ରତିଦିନ ମାତ୍ର ୨ ଟଙ୍କା ସଞ୍ଚୟ କରି ବାର୍ଷିକ ୩୬ ହଜାର ଟଙ୍କାର ପେନସନ୍ ପାଇପାରିବେ ।

୫୫ ଟଙ୍କା ମାସିକ ଜମା କରିବାକୁ ହେବ

ଏହି ସ୍କିମକୁ ଆରମ୍ଭ କଲେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ହେବ । ଅର୍ଥାତ୍ ୧୮ ବର୍ଷୀୟ ବୟସ୍କ ଯଦି ପ୍ରତିଦିନ ପ୍ରାୟ ୨ ଟଙ୍କା ସଞ୍ଚୟ କରି ବାର୍ଷିକ ୩୬ ହଜାର ଟଙ୍କାର ପେନସନ୍ ପାଇପାରିବ । ଯଦି କୌଣସି ବ୍ୟକ୍ତି ଯଦି ୪୦ ବର୍ଷ ବୟସ୍କ ତେବେ ଏହି ସ୍କିମକୁ ଆରମ୍ଭ କରିବା ପାଇଁ ପ୍ରତି ମାସରେ ତାଙ୍କୁ ୨୦୦ ଟଙ୍କା ଜମା କରିବାକୁ ହେବ । ୬୦ ବର୍ଷ ବୟସ ପୂରା ହେବା ପରେ ଆପଣଙ୍କୁ ପେନସନ୍ ମିଳିବା ଆରମ୍ଭ ହୋଇଯିବ । ୬୦ ବର୍ଷ ପରେ ଆପଣଙ୍କୁ ୩ ହଜାର ଟଙ୍କା ମାସିକ ଅର୍ଥାତ୍ ୩୬୦୦୦ ଟଙ୍କା ବାର୍ଷିକ ପେନସନ୍ ମିଳିବ ।

ଜରୁରୀ ଡକ୍ୟୁମେଣ୍ଟ

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ହେବା ଜରୁରି । ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ କମ୍ ଏବଂ ୪୦ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଏଠାରେ ହୋଇଯିବ ରେଜିଷ୍ଟ୍ରସନ

ଏଥିପାଇଁ ଆପଣଙ୍କୁ କମନ୍ ସର୍ଭିସ ସେଣ୍ଟରରେ ପଞ୍ଜୀକରଣ କରାଇବାକୁ ହେବ । ସିଏସସି ସେଣ୍ଟରରେ ପୋର୍ଟାଲରେ ଶ୍ରମିକ ନିଜ ରେଜିଷ୍ଟ୍ରେସନ କରାଇପାରିବେ । ସରକାର ଏହି ଯୋଜନା ପାଇଁ ୱେବ୍ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି । ଏହି ସେଣ୍ଟର୍ସ ଜରିଆରେ ଅନଲାଇନ୍ ସମସ୍ତ ସୂଚନା ଭାରତ ସରକାରଙ୍କ ପାଖକୁ ଯିବ ।

ଦେବାକୁ ପଡିବ ଏହି ସୂଚନା

ପଞ୍ଜୀକରଣ ପାଇଁ ଆପଣଙ୍କୁ ନିଜ ଆଧାର କାର୍ଡସ ସଞ୍ଚୟ ବା ଜନଧନ ବ୍ୟାଙ୍କ ଖାତାର ପାସବୁକ୍, ମୋବାଇଲ୍ ନମ୍ବର ଦରକାର ପଡିବ । ଏହା ବ୍ୟତୀତ ବ୍ୟାଙ୍କ ବ୍ରାଞ୍ଚରେ ସହମତି ପତ୍ର ମଧ୍ୟ ଦେବାକୁ ପଡିବ ଯେଉଁଠି ଶ୍ରମିକର ବ୍ୟାଙ୍କ ଖାତା ଥିବ । ଯାହା ଫଳରେ ବ୍ୟାଙ୍କ ଖାତାରୁ ସଠିକ ସମୟରେ ପେନସନ୍ ପାଇଁ ପଇସା କାଟିହେବ ।

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ୍ ସ୍କିମ ଅନୁସାରେ କୌଣସି ବି ଅସଙ୍ଗଠିତ କ୍ଷେତ୍ର ସହିତ ଜଡିତ ଶ୍ରମିକ ଯାହାର ବୟସ ୪୦ ବର୍ଷରୁ କମ୍ ଏବଂ କୌଣସି ବି ସରକାରୀ ସ୍କିମର ଫାଇଦା ନେଉନଥିବ ସେ ଏହାର ଫାଇଦା ଉଠାଇ ପାରିବ । ଆପଣଙ୍କୁ କହିରଖୁଛୁ ଏହି ସ୍କିମରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ଆୟ ମାସିକ ୧୫ ହଜାର ଟଙ୍କାରୁ କମ୍ ହେବା ଉଚିତ୍ । ତେବେ ଏହି ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ୧୮୦୦୨୬୭୬୮୮୮ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ସରକାର । ଏହି ନମ୍ବରରେ କଲ୍ କରି ଆପଣ ଅଧିକ ତଥ୍ୟ ପାଇପାରିବେ ।

Show More

Related Articles

Back to top button