ଓଡ଼ିଶାଶିକ୍ଷା

ଆଜିଠୁ ଅନଲାଇନ୍ କ୍ଲାସ

ଅନ୍ ଲାଇନରେ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଆଜିଠୁ ଅନଲାଇନ୍ ମୋଡରେ ପଢିବେ ପାଠ । ୟୁ-ଟ୍ୟୁବରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ । ଏହା ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଯାଇଥିଲା । ଏଥିରେ ସଫଳତା ପରେ ଏବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋରୋନା ଯୋଗୁ ପିଲାଙ୍କ ପାଠ ପଢା ଠପ୍ ହୋଇଥିବାବେଳେ
ଏବେ କୋଭିଡ ଗାଇଡଲାଇନ୍ସ ଭିତରେ ଆରମ୍ଭ ହୋଇଛି କ୍ଲାସ । ଅଭିଭାବକଙ୍କ ଅନୁମତି ନେଇ ପିଲା ସ୍କୁଲ ଓ କଲେଜ ଆସୁଛନ୍ତି । ଯେଉଁମାନେ କରୋନା ପାଇଁ କ୍ଲାସ ଆସୁ ନାହାନ୍ତି ସେମାନେ ଏବେ ଘରେ ୟୁ-ଟ୍ୟୁବରେ ପାଠ ପଢ଼ିପାରିବେ । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କଠୁ ଅଭିଭାବକ ଯାଏ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button