Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ୩୫ ଆହାତ

ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଘଟିଲା ଏଭଳି ଦୁର୍ଘଟଣା

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ହଳଦୀକୁଣ୍ଡ ପଞ୍ଚାୟତର ଗୁପ୍ତେଶ୍ୱର ରାସ୍ତାର ଚଢ଼େଇପାଣି ଗାଁ ନିକଟରେ ଆଜି ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ରାଇମିତି ଭୂମିଆ (୩୫) ବର୍ଷ । ତାଙ୍କ ଘର ଜୟପୁର ବ୍ଲକ୍‌ ଜୟନ୍ତୀଗିରି ପଞ୍ଚାୟତର ମାଲଦା ଗାଁରେ। ଆହତମାନେ ମଧ୍ୟ ଏହି ଗାଁର ବାସିନ୍ଦା। ଏମାନେ ସମସ୍ତେ ଏହି ପିକ୍‌ଅପ୍‌ ଭ୍ୟାନ୍‌ରେ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଉଥିଲେ। ହେଲେ ଗୁପ୍ତେଶ୍ୱର ରାସ୍ତାର ଚଢ଼େଇପାଣି ଗାଁ ନିକଟରେ ଗାଡି ବ୍ରେକ୍ ଫେଲ୍ ହୋଇଯିବାରୁ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଏକ କଲ୍‌ଭର୍ଟ ତଳକୁ ଓଲଟି ପଡ଼ିଥିଲା।ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Show More

Related Articles

Back to top button