Breaking PLUSଦେଶମୁଖ୍ୟ ଖବରରାଜନୀତି

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍‌ ଆଗତ

ନୂଆଦିଲ୍ଲୀ- ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା ସମ୍ବନ୍ଧୀୟ ସମ୍ବିଧାନ ସଂଶୋଧନ ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍‌ ଭାବେ ଜଣାଶୁଣା ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକକୁ ଆଗତ କରିଛନ୍ତିି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ। ବିଧେୟକ ଆଗତ ପରେ ଏହା ଉପରେ ବିତର୍କ ଜାରି ରହିଛି।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍‌କୁ ଅସାମ୍ବିଧାନିକ କହି ତୀବ୍ର ବିରୋଧ କରି ତୁରନ୍ତୁ ଏହାକୁ ପ୍ରତ୍ୟାହାର କରିନେବାକୁ ଦାବି କରିଛି କଂଗ୍ରେସ। ଏଥିସହ ସମାଜବାଦୀ ପାର୍ଟି, ଟିଏମସି, ଡିଏମକେ ଆଦି ଦଳ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି। ଅପରପକ୍ଷେ, ଟିଡିପି ଏବଂ ଜେଡି(ୟୁ) ପକ୍ଷରୁ ବିଧେୟକକୁ ସମର୍ଥନପୂର୍ବକ ବିତର୍କ ଜାରି ରହିଛି।

Show More

Related Articles

Back to top button