Breaking PLUSଦେଶମୁଖ୍ୟ ଖବର

ଅମୃତସରରେ ବିସ୍ଫୋରଣ, ଜଣେ ଆହତ

ଅମୃତସରର ମଜିଠା ରୋଡ୍ ବାଇପାସ୍‌ରେ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟା ୩୦ ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ବୋମା ବିସ୍ଫୋରଣ ପଛରେ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ଥାଇପାରେ ବୋଲି ପୁଲିସ ପ୍ରକାଶ କରିଛି। ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ହାତ ଗୋଡ଼ ଛିଣ୍ଡି ଛିନ୍‌ଛତର ହୋଇଯାଇଛି ଏବଂ ସେ ରାସ୍ତାର କଡ଼ରେ ପଡ଼ି ରହିଥିଲେ। ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button