Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ

ବରଗଡ଼ ଜିଲ୍ଲା ଅତାବିରା ରେଙ୍ଗାଲି କ୍ୟାମ୍ପ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ବରଗଡ଼ ପଟରୁ ଆସୁଥିବା ଏକ ଟ୍ରକ୍ ଦ୍ରୁତଗାମୀ ଆସୁଥିବାବେଳେ ବାଇକକୁ ପଛ ପଟରୁ ଧକ୍କା ଦେଇଥିଲା। ମୃତକ ବରଗଡ଼ ଜିଲ୍ଲା ଭଟଲି ବ୍ଳକ ତରାକନା ହାଇସ୍କୁଲର ଖେଳ ତଥା ସ୍କାଉଟ ଶିକ୍ଷକ ନାରାୟଣ ପାତ୍ର ବୋଲି ଜଣାପଡିଛି।