ଦେଶବ୍ୟକ୍ତିତ୍ୱଭକ୍ତିଶିକ୍ଷାସ୍ୱତନ୍ତ୍ର

ପବିତ୍ର ଗୁରୁଦିବସ,ଅଜ୍ଞାନ ଅମା ଅନ୍ଧକାରରୁ ଜ୍ଞାନ ରୂପୀ ଆଲୋକ ପ୍ରଦାନ କରିଥାନ୍ତି ଗୁରୁ

କଥାରେ ଅଛି-ଗୁରୁବ୍ରହ୍ମା ଗୁରୁବିଷ୍ନୁ ଗୁରୁଦେବ ମହେଶ୍ୱର

ଗୁରୁଃସାକ୍ଷାତ ପରମବ୍ରହ୍ମ ତସ୍ମେଶ୍ରୀ ଗୁରୁବେଃ ନମଃ

ଆଜି ହେଉଛି ପବିତ୍ର ଗୁରୁଦିବସ । ଯିଏ ଅଜ୍ଞାନ ଅମା ଅନ୍ଧକାରରୁ ଜ୍ଞାନ ରୂପୀ ଆଲୋକ ପ୍ରଦାନ କରିଥାଏ , ସେ ହେଉଛନ୍ତି ଗୁରୁ । ଶିଷ୍ୟର ଶିକ୍ଷା ଏବଂ ଚରିତ୍ର ଗଠନରେ ଜଣେ ଗୁରୁଙ୍କର ପ୍ରମୁଖ ଭୂମିକା ରହିଥାଏ ।  ଆଜି ଗୁରୁଙ୍କୁ ପୂଜା,ସ୍ମରଣ ଓ ଗୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଦିନଟିଏ । ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ତାରିଖକୁ ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି ।

ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୧୮୮୮ ମସିହା ‌ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା ଏବଂ ସେ ପିଲାଙ୍କୁ ବେଶ୍ ଭଲ ପାଉଥିଲେ । ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଦାର୍ଶନିକ ଓ ରାଜନୀତିଜ୍ଞ ଥିଲେ । ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଜନ୍ମଦିନ ପାଳନ ଲାଗି ବହୁ ଛାତ୍ର ଅନୁମତି ମାଗିବାରୁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳିବା ପାଇଁ ରାଧାକ୍ରିଷ୍ଣନ ପରାମର୍ଶ ଦେଇଥିଲେ । ୧୯୬୨ ମସିହାଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଏହି ବରେଣ୍ୟ ଗୁରୁଙ୍କ ଜନ୍ମ ଦିବସକୁ ଆମ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।

Show More

Related Articles

Back to top button