Breaking PLUSଓଡ଼ିଶାମୁଖ୍ୟ ଖବର

୨୪ ସନ୍ଧ୍ୟାରେ ବଙ୍ଗୋପସାଗରରେ ଲଘୁଚାପ, ୨୫ରୁ ଓଡ଼ିଶାରେ ବର୍ଷା

ଗତକାଲିର ଘୁର୍ଣ୍ଣିବଳୟ ମିଆଁମାର ଉପକୂଳ ଓ ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହି ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ । ପରବର୍ତ୍ତୀ ୪୮ ଘଣ୍ଟାରେ ଅର୍ଥାତ ୨୬ ତାରିଖ ବେଳକୁ ଏହି ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୫ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଉତ୍ତର, ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପ୍ଟେମ୍ବରରେ ପ୍ରବଳ ବର୍ଷା ସତ୍ତ୍ୱେ ନିଅଣ୍ଟିଅ ଭରଣା ହୋଇନି । ଏବେ ବି ସ୍ୱାଭାବିକଠାରୁ ୧୧ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଦୁଇ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ, ୮ ଜିଲିଲାରେ ନିଅଣ୍ଟିଆ ଓ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Show More

Related Articles

Back to top button