
ରଥାରୂଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ସେବାୟତ ନରହିବା ପାଇଁ ଦଇତାପତିଙ୍କ ସହ ଆଲୋଚନାରେ ଗଜପତି ଅନୁରୋଧ କରିଛନ୍ତି । ଦେଶର ଅନ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ନେଇ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଗଜପତି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି । ଶ୍ରୀମନ୍ଦିର ଆଦି ଓ ମୂଳପୀଠ । ଏହାର ସେବପୂଜା, ରୀତିନୀତି ଓ ପରମ୍ପରା ସ୍ଵତନ୍ତ୍ର ହୋଇଥିବା ସେ କହିଛନ୍ତି ।ତେବେ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।
ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାକୁ ଖାରଜ କରିଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍ଲିରେ ରଥଯାତ୍ରା କରିବା ଲାଗି ଆବେଦନ ହୋଇଥିଲା ।ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଓଡିଶାର ଅନ୍ୟ ସ୍ଥାନରେ ରଥାଯାତ୍ରା ଆୟୋଜନ କରିବାକୁ ଦାଖଲ ଆବେଦନର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି। ଗତବର୍ଷ ତୂଳନାରେ ଚଳିତ ବର୍ଷ କରୋନା ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ସ୍ଥିତି ଅଧିକ ଜଟିଳ ଥିବାରୁ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଯାତ୍ରା ଆୟୋଜନକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।