Breaking PLUSଓଡ଼ିଶା

ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା ଟ୍ରକ୍, ୫ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ମୃତ । ରାଜସ୍ଥାନର ଯୋଧପୁରର ପାଲି ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି ।

ଶ୍ରଦ୍ଧାଳୁମାନେ ଚାଲିଚାଲି ରାମଦେବରା ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ସେମାନଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଥିଲେ । ଆହୁରି ମଧ୍ୟ 6ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁସାରେ, ପାଲି ଜିଲ୍ଲାର ରୋହଟ୍ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ରାତି ପ୍ରାୟ ୧ଟା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ଟ୍ରାକ୍ ମାଡି ଯାଇଥିଲା । ଶ୍ରଦ୍ଧାଳୁମାନେ ରାମଦେବରା ଯାଉଥିଲେ । ବାଟରେ ହିଁ ୫ ଜଣ ପ୍ରାଣ ହରାଇଥିଲେ । ଅନ୍ୟ ୬ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ଖବର ପାଇବା ପରେ ରୋହଟ ଥାନା ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଆହତଙ୍କୁ ହସ୍ପିଟାଲ ପଠାଇଥିଲା । କିଛି ଗୁରୁତରଙ୍କୁ ଯୋଧପୁର ପଠାଯାଇଛି । ରାତିରେ ହିଁ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ସୋମବାର ହିଁ ମୃତଦେହର ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି ।

Show More

Related Articles

Back to top button