Breaking PLUSଦେଶ ବିଦେଶମୁଖ୍ୟ ଖବର

ଅମିତ ଶାହଙ୍କ ଉପସ୍ଥିତିରେ ୩୦ ହଜାର କିଲୋ ଡ୍ରଗ୍ସ ନଷ୍ଟ କରିବ ଏନସିବି

ଚଣ୍ଡିଗଡରେ ହେବ ରାଷ୍ଟ୍ରୀୟ ସମ୍ମିଳନୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାରା ଚଣ୍ଡିଗଡରେ ନିଶା ଦ୍ରବ୍ୟ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଉପରେ ରାଷ୍ଟ୍ରୀୟ ସମ୍ମିଳନୀକୁ ସମ୍ୱୋଧିତ କରିବେ। କାର୍ଯ୍ୟକ୍ରମ ସମୟରେ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଏନସିବି ଟିମ ଦିଲ୍ଲୀ, ମୁମ୍ୱାଇ, ଚେନ୍ନାଇ, ଗୌହାଟୀ ଏବଂ କୋଲକାତାରୁ ଜବତ ୩୦ ହଜାର କିଲୋରୁ ଅଧିକ ଡ୍ରଗ୍ସ ନଷ୍ଟ କରିବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ଏପରି ରାଷ୍ଟ୍ରୀୟ ସମ୍ମିଳନୀ ହେବାକୁ ଯାଉଛି ଯେଉଁଠି ଦେଶର ଗୃହମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମାଦକ ଦ୍ରବ୍ୟ ଉପରେ ଲଗାମ ଲଗାଉଥିବା ଏଜେନ୍ସି ଗୋଟିଏ ମଞ୍ଚରେ ଏକାଠି ହେବେ। ଏହି କାର୍ଯ୍ୟକ୍ରମରେ ହରିୟାଣା, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଚଣ୍ଡିଗଡ ପ୍ରଶାସକ, ସୀମା ସୁରକ୍ଷା ବଳ, ଏନଆଇଏ, ଏନସିବିର ଅଧିକାରୀଙ୍କ ସହ ରାଜ୍ୟର ବିଭିନ୍ନ ଏଜେନ୍ସିର ଅଧିକାରୀ ଉପସ୍ଥିତ ରହିବେ।

Show More

Related Articles

Back to top button