ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଚିନ୍ତା ବଢାଉଛି ଓମିକ୍ରନ

ସାମ୍ନାକୁ ଆସିଲା ୨ଟି ନୂଆ ଲକ୍ଷଣ, କରୋନାର ପୂରୁଣା ଭାରିଆଣ୍ଟଠାରୁ ସଂପୂର୍ଣ୍ଣ ଅଲଗା

ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏବେ ଏହା ଦ୍ରୁତ ଗତିରେ ସବୁଠି ବ୍ୟାପୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏନେଇ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବିଶେଷ କରି ମାସ୍କ ପରିଧାନ, ସାମାଜିକ ଦୂରତା ନିୟମ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏସବୁ ବାଦ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲକ୍ଷଣ ନେଇ ମଧ୍ୟ ଚେତାଇଦେଉଛନ୍ତି ।

ଖାସ୍ କରି ଲୋକଙ୍କୁ ବଦଳୁଥିବା ଲକ୍ଷଣ ବିଷୟରେ ଅବଗତ କରାଇଦେଉଛନ୍ତି । ନିକଟରେ କିଙ୍ଗସ କଲେଜ ଲଣ୍ଡନରେ ଜେନେଟିକ ଏପିଡେମିଓଲୋଜିର ପ୍ରଫେସର ଟିମ ସ୍ପେକ୍ଟର କହିଛନ୍ତି ଓମିକ୍ରନର ଆଉ ୨ଟି ନୂଆ ଲକ୍ଷଣ ଦେଖିବାକୁ ମିଳିଲାଣି । ଗୋଟିଏ ହେଉଛି ସଂକ୍ରମିତଙ୍କୁ ବାନ୍ତି ଲାଗିବା ଅନ୍ୟଟି ଭୋକ ନ ଲାଗିବା । ପୂର୍ବରୁ ଓମିକ୍ରନର ଲକ୍ଷଣ ସାମାନ୍ୟ ଥଣ୍ଡା, ସର୍ଦ୍ଦି, ଗଳା ଦରଜ ଆଦି ଥିବା ବେଳେ ଏବେ ଏହି ୨ ଲକ୍ଷଣ ବି ଓମିକ୍ରନର ବୋଲି ବିଶେଷଜ୍ଞମାନେ କହିଲେଣି । ତେଣୁ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିନେବାକୁ ପରାମର୍ଶ ଦିଆଯାଉଛି । ଏହା ଟିକା ନେଇଥିବା ଅବା ବୁଷ୍ଟର ଡୋଜ ନେଇଥିବା ଲୋକଙ୍କ ପାଖରେ ବି ଦେଖାଯାଉଛି ।

Show More

Related Articles

Back to top button