Breaking PLUSଦେଶମୁଖ୍ୟ ଖବର

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨କୁ ବୃଦ୍ଧି

ଦିଲ୍ଲୀ ଓ ମହାରାଷ୍ଟ୍ରରୁ ସର୍ବାଧିକ

ଦେଶରେ କାୟା ବିସ୍ତାର କରୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୨୩୮ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୬୭ ଓ ଗୁଜରାଟରେ ୭୩ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହିତ କେରଳ- ୬୫, ତେଲେଙ୍ଗାନା- ୬୨, ରାଜସ୍ଥାନ -୪୬, କର୍ଣ୍ଣାଟକ- ୩୪, ତାମିଲନାଡୁ- ୩୪, ହରିଆଣା-୧୨, ପଶ୍ଚିମବଙ୍ଗ- ୧୧ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଓଡ଼ିଶାରେ- ୯, ଆନ୍ଧ୍ରପ୍ରଦେଶ -୬, ଉତ୍ତରାଖ-ଣ୍ଡ ୪, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ ଓ ମଣିପୁରରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨୪୧ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button