
ଭୁବନେଶ୍ୱର : ଦେଶରେ ବଦ୍ଧିତ ପେଟ୍ରୋଲ-ଡିଜେଲ ଦର ବଢୁଥିବା କାରଣରୁ ଲୋକମାନେ ଏବେ ଇଲେକ୍ଟ୍ରିକ ଗାଡି ପାଇଁ ବେଶ ଆଗ୍ରହୀ ହେଉଛନ୍ତି। ଇଲେକ୍ଟ୍ରିକ୍ ଗାଡି ଗୁଡିକ ନୂଆ ନୂଆ ମଡେଲ ସହ ବିଭିନ୍ନ ନୂଆ ଫିଚର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଆଉ ଏହାରି ମଧ୍ୟରେ ଦେଶରେ ଇ-ବାଇକର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ଲୋକମାନେ ଇ-ବାଇକ ଚଳାଇବାକୁ ବେଶ ପସନ୍ଦ କରୁଛନ୍ତି କାରଣ ପେଟ୍ରୋଲ ଗାଡି ଭଳି ସମସ୍ତ ସୁବିଧା ଇ-ବାଇକରେ ମଧ୍ୟ ରହୁଛି। ଅନ୍ୟପଟେ ଦେଶରେ ଏବେ ଓଲାର ଇଲେକ୍ଟ୍ରିକ୍ ସ୍କୁଟର ବହୁଳ ମାତ୍ରାରେ ବିକ୍ରି ହେବାରେ ଲାଗିଛି। ବଢୁଥିବା ଗ୍ରାହକଙ୍କ ଆଦୃତି କାରଣରୁ ଓଲା ଏବେ ଏହାର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର Ola S1 Air ଭାରତରେ ଲଞ୍ଚ କରିଛି। ଓଲା ଇଲେକ୍ଟ୍ରିକ୍ ବର୍ତ୍ତମାନ ଓଲା S1 ଏବଂ S1 ପ୍ରୋ ଲଞ୍ଚ ହେବାର ଏକ ବର୍ଷ ମଧ୍ୟରେ S1 ଏୟାର ବଜାରକୁ ଛାଡିଛି। ଦୀପାବଳି ଅବସରରେ ଇଲେକ୍ଟ୍ରିକ୍ ଗାଡ଼ି କମ୍ପାନି ଓଲା ଇଲେକ୍ଟ୍ରିକ୍ ନିଜର ନୂଆ ଇଲେକ୍ଟ୍ରିକ୍ ସ୍କୁଟର୍ ଓଲା ଏସ୍୧ ଏୟାର୍ ଲଞ୍ଚ୍ କରିଦେଇଛି। କମ୍ପାନିର ପ୍ରମୁଖ ଭାବେଶ ଅଗ୍ରୱାଲ୍ ଏହି ସ୍କୁଟର୍ର ଡିଟେଲ୍ ସେୟାର କରି କହିଛନ୍ତି ଯେ ଏହି ଗାଡ଼ି ୨୫ ପଇସାରେ ୧ କିଲୋମିଟର୍ ଚାଲିବ। ଓଲା ଏସ୍୧ ଏୟାରକୁ କମ୍ପାନିର ଫ୍ଲାଗ୍ସିପ୍ ପ୍ରଡକ୍ଟ ଓଲା ଏସ୍୧ ହିସାବରେ ତିଆରି କରାଯାଇଛି। କମ୍ପାନି ଓଲା ଏସ୍୧ ଏୟାର୍କୁ ୮୪,୯୯୯ ଟଙ୍କାରେ ଲଞ୍ଚ୍ କରିଛି। ଦୀପାବଳି ଅବସରରେ ଅକ୍ଟୋବର ୨୪ରେ କମ୍ପାନି ପକ୍ଷରୁ ଏକ ଅଫର୍ ବି ରହିଛି। ଏହି ଦିନ ଗାଡ଼ିଟିକୁ କିଣିଲେ ଦେବାକୁ ପଡ଼ିବ ୭୯,୯୯୯ ଟଙ୍କା। କମ୍ପାନିର ଦାବି ହେଉଛି ଓଲା ଏସ୍୧ ଏୟାର୍କୁ ଥରୁଟିଏ ଚାର୍ଜ କଲେ ୧୦୧ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଚାଲିବ। ଏହାର ଟପ୍ ସ୍ପିଡ୍ ବି ଘଣ୍ଟାକୁ ୯୦ କିଲୋମିଟର ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ସ୍କୁଟର ଓଜନ ୯୯ କିଲୋ। କମ୍ପାନି ଏଥିରେ ୪.୫ କିଲୋୱାଟ୍ର ଇଲେକ୍ଟ୍ରିକ୍ ମୋଟର୍ ଦେଇଛି। ଏଥିରେ ବ୍ୟାଟେରି ରହିଛି ୨.୫କେଡବ୍ଲୁଏଚ୍। ଏହ ସ୍କୁଟର୍ରେ ୩ଟି ରାଇଡ୍ ମୋଡ୍ ରହିଛି। ଓଲା ଇଲେକ୍ଟ୍ରିକ୍ ସ୍କୁଟର ୫ ଟି ରଙ୍ଗରେ ଉପଲବ୍ଧ ହେବ। ବୁକିଂ ସମୟରେ ପସନ୍ଦିତ ରଙ୍ଗ ଚୟନ କରାଯାଇପାରିବ ଏବଂ କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଗ୍ରାହକ ଚାହିଁଲେ ସ୍କୁଟରର ରଙ୍ଗ ବିକଳ୍ପ ପରେ ପରିବର୍ତ୍ତନ କରାଯାଇପାରିବ।