
ଆଜି ଏକାସାଙ୍ଗରେ ପ୍ରକାଶ ପାଇବ ଯୁକ୍ତ ୨ ଓ OJEE ଫଳ । ଦିନ ସାଢ଼େ ୧୧ଟାରେ OJEE ରେଜଲ୍ଟ ପ୍ରକାଶ ପାଇବ ଏବଂ ଅପରାହ୍ଣ ୪ଟାରେ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ତେବେ www.orissaresults.nic.in ଏବଂ SAMS e space ୱେବ୍ସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ରେଜଲ୍ଟ ଜାଣି ପାରିବେ।
ସୂଚନା ଥାଉ କି, ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ, ବିଜ୍ଞାନରେ ୭୮ ହଜାର ୭୩ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।
ଅନ୍ୟପଟେ ଆଜି ଦିନ ସାଢ଼େ ୧୧ଟାରେ OJEE ତଥା ଯୁଗ୍ମ ପ୍ରବେଶିକା ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ। ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିୟମରେ ବିଧିବଦ୍ଧ ଭାବେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିବେ। ଜୁଲାଇ ୪ ତାରିଖରେ ହୋଇଥିବା OJEEରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା।