Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ହୁ ହୁ ହୋଇ ବଢୁଛି ତୈଳ ଦର

କଂଗ୍ରେସ କରିଥିବା ପାପର ଭରଣା କରୁଛି ବିଜେପି।

କଂଗ୍ରେସ ଦଳର ପ୍ରବଞ୍ଚନା ଲାଗି ଦେଶ ଆଜି ଉତ୍କଟ ତୈଳ ଦର ସମସ୍ୟାରେ ସନ୍ତୁଳୀ ହେଉଛି। ୨ଅଙ୍କରୁ ୩ ଅଙ୍କ ସଂଖ୍ୟା ଛୁଇଁଲାଣି ତୈଳ ଦାମ୍‌। ଏପଟେ ଅଏଲ ବଣ୍ଡ ସକାଶେ ସୁଧ ଟଙ୍କା ଗଣୁ ଗଣୁ ଦେଶର ଆର୍ଥୀକ ଅବସ୍ଥା ଅସମ୍ଭାଳ। ୨୦୧୪ରେ UPA ସରକାର ୧ଲକ୍ଷ ୪୪ ହଜାର କୋଟି ଟଙ୍କାର ଋଣ କରିଥିବା ବେଳେ ଆଜି ଦିନରେ ଏହାର ସୁଧ ଢେର ବଢିଲାଣି। ଏଣିକି ସରକାର ୩ଲକ୍ଷ ୨୨ ହଜାର କୋଟି ଟଙ୍କାର ସୁଧ ଭରଣା କରିବେ। ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପଛରେ ଲାଗିଛନ୍ତି। କିନ୍ତୁ ସମସ୍ତେ ଭୁଲି ଯାଇଛନ୍ତି ଏ ଖେଳର ଅସଲ ଖଳନାୟକ ହେଉଛି କଂଗ୍ରେସ। କଂଗ୍ରେସ କରିଥିବା ପାପର ଭରଣା କରୁଛି ବିଜେପି। ନିଜ ନିର୍ବାଚନୀ ଫାଇଦାକୁ ଦୃଷ୍ଟିରେ ରଖି ତେଲ ଦରକୁ ନିୟନ୍ତ୍ରଣ କରୁଥିଲା ୟୁପିଏ ନେତୃତ୍ୱାଧୀନ ସରକାର। ଆଉ ହାରିଯିବା ପରେ ସେଇ ଅଡୁଆ ସୂତାର ଖିଅ ଖୋଜୁଛି ବିଜେପି। ଯାହାର ଖୁଲାସା କରିଛନ୍ତି ଝାଡଖଣ୍ଡର ବିଜେପି ଏମପି ନିଶିକାନ୍ତ ଦୁବେ। ପାର୍ଲିଆମେଣ୍ଟରେ ଅଏଲ ବଣ୍ଡ କଥା ଉଠାଇ କଂଗ୍ରେସର ସତୀ ପଣିଆର ଅସଲ ଚେହେରା ଜନତାଙ୍କ ସାମ୍ନାକୁ ଆଣିଛନ୍ତି।

Show More

Related Articles

Back to top button