Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ଶାମ୍ବଦଶମୀ

ଆଜି ପବିତ୍ର ଶାମ୍ବଦଶମୀ। ଘରେ ଘରେ ଅନୁଷ୍ଠିତ ହେଉଛି ସୂର୍ଯ୍ୟପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଅର୍କକ୍ଷେତ୍ର କୋଣାର୍କ। ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ସୂର୍ଯ୍ୟଦୟ ଦର୍ଶନ କରିଛନ୍ତି। ଶାମ୍ବ ଦଶମୀ ଅବସରରେ ସୂର୍ଯ୍ୟ ରଥଯାତ୍ରା ଏବଂ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ୨୭ ଦିନ ଯାଏଁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହେବ। ପୌରାଣିକ କଥାବସ୍ତୁ ଅନୁଯାୟୀ କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ।

Show More

Related Articles

Back to top button