ରାଜ୍ୟରେ କମୁଛି ସଂକ୍ରମଣ, ଆଗାମୀ ସପ୍ତାହରେ ଆହୁରି କମିବ ସଂକ୍ରମଣ- ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ କମୁଛି ସଂକ୍ରମଣ । ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ସଂକ୍ରମଣ ଆହୁରି କମିଯିବ ବୋଲି ଏହି ଟ୍ରେଣ୍ଡ ଦର୍ଶାଉଛି। ଯାହାକି ରାଜ୍ୟ ପାଇଁ ଶୁଭ ଖବର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ କମୁଛି ସଂକ୍ରମଣ । ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ସଂକ୍ରମଣ ଆହୁରି କମିଯିବ ବୋଲି ଏହି ଟ୍ରେଣ୍ଡ ଦର୍ଶାଉଛି। ଯାହାକି ରାଜ୍ୟ ପାଇଁ ଶୁଭ ଖବର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ଅଛି । ବର୍ତ୍ତମାନ ଟିକାକରଣରେ ଦ୍ଵିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଛି । ୧୮ ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ଆଗାମୀ ପ୍ଲାନ କରାଯାଉଛି । କୋଭିଡ ମେଡ଼ିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି । ଆମେ ମଧ୍ୟ ତାହା ବ୍ୟବହାର କରୁଛୁ । ତେଣୁ ଯଦି ଅକ୍ସିଜେନ, ପାରାସିଟାମଲ ଓ ଷ୍ଟେରଏଡ଼ ଉପରେ ଗୁରୁତ୍ୱ ଦିଆଯାଉଛି । ଆମେ ମଧ୍ୟ ତର୍ଜମା କରି ସେହି ଔଷଧ ବ୍ୟବହାର କରିବୁ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ପ୍ରକାଶ ଥାଉକି, ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ଟେଷ୍ଟିଂ ରବିବାର ୭୧୯୭୩କୁ ବଢିଛି । ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୨କୁ କମିଛି । ପଜିଟିଭ୍ ହାର ୧୦% ତଳକୁ ଖସିଛି । ୧୨ ଜିଲ୍ଲାରେ ତ ପଜିଟିଭ୍ ହାର ୫% ତଳକୁ ଆସିଥିବା ବେଳେ ୬ ଜିଲ୍ଲାରେ ୫%ରୁ ଉପରେ ଆଉ ୧୦% ତଳେ ରହିଛି । ୧୧ ଜିଲ୍ଲାରେ କିନ୍ତୁ ଏବେ ଏହା ୧୦% ଉପରେ ରହିଛି । ଯାଜପୁରରେ ୨୬.୨% ରହିଛି ପଜିଟିଭ୍ ହାର । ସେହିପରି ଆଜି ୬୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୪୧ ଜୀବନ ନେଲା କରୋନା।
ତେବେ ପଜିଟିଭ୍ ହାର ଖସିବା ରାଜ୍ୟ ପାଇଁ ଆଶ୍ୱସ୍ତି ଆଣିଛି। ମାସ ଶେଷ ବେଳକୁ ରାଜ୍ୟରେ ସ୍ଥିତି ଆହୁରି ବେଶ୍ ଭଲ ଥିବ । ପଜିଟିଭ୍ ହାର ତ ୫%କୁ ଆସିଯିବ ବୋଲି ଆଶା ଦେଖାଇଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ବିଶେଷଜ୍ଞ ଆକଳନ ସତ ହେଲେ, ଦୈନିକ ସଂକ୍ରମଣ ସାଢେ ହଜାରରୁ କମ୍ ରହିବ । ବରଗଡ଼ରେ ପଜିଟିଭ୍ ହାର ୩.୯୩%, ବଲାଙ୍ଗୀରରେ ୪.୧୧%, ଢେଙ୍କାନାଳରେ ୪.୭୮%, ଗଜପତିରେ ୩.୨୮%, ଗଞ୍ଜାମରେ ୨.୯୧%, ଝାରସୁଗୁଡ଼ାରେ ୪.୨୧%, କନ୍ଧମାଳରେ ୦.୨୦%, କଳାହାଣ୍ଡିରେ ୪.୮୦%, ସମ୍ବଲପୁରରେ ୩.୭୦%, ସୋନପୁରରେ ୩.୬୪% ଓ ସୁନ୍ଦରଗଡ଼ରେ ୪.୫୫% ରହିଛି । ଏ ୧୨ ଜିଲ୍ଲାରେ ଏବେ କରୋନା ନିୟନ୍ତ୍ରଣକୁ ଆସିଗଲାଣି । କନ୍ଧମାଳରେ ତ ୧୦୦ ଟେଷ୍ଟିଂରେ ଜଣେ ବି ପଜିିଟିଭ୍ ବାହାରି ନାହାନ୍ତି । ବାକି ଅନୁଗୁଳ, ବାଲେଶ୍ୱର, ଦେବଗଡ଼, କନ୍ଧମାଳ, କେନ୍ଦୁଝର ଓ ମାଲକାନଗିିରିରେ ପଜିଟିଭ୍ ହାର ୧୦% ତଳକୁ ଆସିଛି ।