ଓଡ଼ିଶାମୁଖ୍ୟ ଖବର

ସାରା ରାଜ୍ୟରେ ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା

ଉପକୂଳ ଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଖସିଛି ପାରଦ। ରାଜ୍ୟ ତମାମ ଗ୍ରୀଷ୍ମ କୋପରୁ ଆଶ୍ୱସ୍ତି ମିଳିଛି । ଶନିବାର ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନଥିଲା । ମାତ୍ର ୬ଟି ସ୍ଥାନରେ ପାରଦ ୩୯ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ୩-୪ ଦିନ ତାତି ବଢ଼ିବନି । ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବ ।ପାଣିପାଗ ବିଭାଗର କହିବାନୁସାରେ, ବର୍ତ୍ତମାନ ବିହାର ଓ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ମଧ୍ୟ ବହୁଛି । ରାଜ୍ୟର ଅନେକ ସ୍ଥାନରେ ପାଗ ଆଂଶିକ ମେଘୁଆ ରହୁଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ ଗରମ ଅନୂଭୂତ ହେଉଛି । ଶନିବାର କୋରାପୁଟ, ମାଲକାନଗିରିରେ ହାଲୁକା ବର୍ଷା ହୋଇଥିବାବେଳେ ରାତିରେ ଆଉ କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । ରବିବାର କେତେକ ଜାଗାରେ ପାଗ ଆଂଶିକ ମେଘୁଆ ରହିବ । ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସୁନ୍ଦରଗଡ, ଦେଓଗଡ଼ କେନ୍ଦୁଝର , ମୟୁରଭଞ୍ଜ, ବାଲେଶ୍ୱର , ଭଦ୍ରକ, କୋରାପୁଟ,ମାଲକାନଗିରି ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ଓ ଗଂଜାମ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ମଧ୍ୟ ରହିଛି । ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କାଳବୈଶାଖୀ ହୋଇପାରେ ।ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ୨୪ ଘଣ୍ଟା ପରେ ମଧ୍ୟ ୧୩ଟି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ତାତିର ପ୍ରକୋପ କମ ରହିଛି । ୧୮ ତାରିଖ ବେଳକୁ ତାତି ସାମାନ୍ୟ ବଢ଼ିପାରେ । ଆସନ୍ତା ୧୫ ତାରିଖ ଯାଏ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳ ବୈଶାଖୀର ପ୍ରଭାବ ରହିବ ।

Show More

Related Articles

Back to top button