Breaking PLUSଓଡ଼ିଶାମୁଖ୍ୟ ଖବର
ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କବାଡିଆ ଦୋକାନ
ନିଆଁ ଲାଗି ଜଳିଗଲା କବାଡିଆ ଦୋକାନ। ପଟିଆ ନିକଟସ୍ଥ ନନ୍ଦନବିହାର ଛକଠାରେ ଥିବା ଦୋକାନ ଗୁଡିକ ଜଳି ଯାଇଛି।କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି।
ନିଆଁ ଲାଗି ଜଳିଗଲା କବାଡିଆ ଦୋକାନ। ପଟିଆ ନିକଟସ୍ଥ ନନ୍ଦନବିହାର ଛକଠାରେ ଥିବା ଦୋକାନ ଗୁଡିକ ଜଳି ଯାଇଛି।କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି।ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ସକାଳୁ ମର୍ଣ୍ଣିଂ ଯିବା ବେଳେ ଜଣେ ବ୍ୟକ୍ତି ନିଆଁ ଲାଗିବାରେ ଦେଖିଥିଲେ। ଏ ନେଇ ଇମ୍ଫୋସିଟି ଥାନାକୁ ଖବର କରିଥିଲେ।ରାତିରେ ଗବାଡିଆ ଦୋକାନରେ କେହି ରହୁନଥିଲେ। ଏହାର ସୁଯୋଗ ନେଇ କେହି ବିରୋଧୀ ଏଭଳି କାଣ୍ଡ ଘଟାଇ ଥାଇପାରେ ବୋଲି ଦୋକାନୀ ଏସ କେ ଆଲମ କହିଛନ୍ତି ।