Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୯୧୪ ଜଣ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ ଆଜି ୮ ହଜାର ୯୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮, ୯୧୪ ମଧ୍ୟରୁ କ୍ୱାରେଣ୍ଟିନରୁ ୫, ୦୮୧, ଲୋକାଲ- ୩, ୮୩୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।

ରାଜ୍ୟରେ ଆଜି ୮ ହଜାର ୯୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮, ୯୧୪ ମଧ୍ୟରୁ କ୍ୱାରେଣ୍ଟିନରୁ ୫, ୦୮୧, ଲୋକାଲ- ୩, ୮୩୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ୫୯୨, କଟକ ୫୮୭, ପୁରୀ ୫୩୦, ସମ୍ବଲପୁର ୫୨୦, ବରଗଡ ୪୫୨, ନବରଙ୍ଗପୁର ୪୩୩, ଭଦ୍ରକ ୩୫୧, ଅନୁଗୁଳ ୩୩୧, ଝାରସୁଗୁଡା ୩୦୪, ବଲାଙ୍ଗିର ୨୯୧, ନୂଆପଡା ୨୭୮, ଗଞ୍ଜାମ ୨୬୨, ଷ୍ଟେଟପୁଲ ୨୫୫, କଳାହାଣ୍ଡି୨୩୬, ଯାଜପୁର ୨୩୨, ନୟାଗଡ ୧୯୪, ବାଲେଶ୍ୱର ୧୭୯, ବୌଦ୍ଧ ୧୭୫ , ଗଜପତି ୧୬୫, ରାୟଗଡା୧୫୭, ଢେ଼ଙ୍କାନାଳ ୧୪୯, କୋରାପୁଟ ୧୪୫, ମୟୂରଭଞ୍ଜ ୧୩୪, କେନ୍ଦ୍ରାପଡା ୧୩୨, ସୁବର୍ଣ୍ଣର୍ପୁର ୧୨୧, ଜଗତସିଂହପୁର ୧୦୯, କେନ୍ଦ୍ୁଝର ୧୦୪, ଦେବଗଡ ୧୦୩, ମାଲକାନାଗିରି ୭୩, କନ୍ଧମାଳରୁ ୬୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭କୁ ବୃଦ୍ଧି ପାଇଛି । ଆକ୍ଟିଭ ୭୧, ୮୩୫ ଥିବାେବେଳେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୯୭ ହଜାର ୫୭୫ ।

Show More

Related Articles

Back to top button