Breaking PLUSଓଡ଼ିଶାମୁଖ୍ୟ ଖବର

ଡରାଉଛି କରୋନା, ରାଜ୍ୟରୁ ଗତ ୨୪ ଘଣ୍ଟାରେ ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଚଳିତବର୍ଷ କରୋନା ଭାଙ୍ଗୁଛି ରେକର୍ଡ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୭୯ ନୂଆ ଆକ୍ରାନ୍ତ ।

ଓଡ଼ିଶାରେ ଚଳିତବର୍ଷ କରୋନା ଭାଙ୍ଗୁଛି ରେକର୍ଡ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୭୯ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା ପାଖାପାଖି ଶହେ ଅଧିକ । କ୍ୱାରେଣ୍ଟାଇନରୁ ୫୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୧ଟି । ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ପଜିଟିଭ୍ ବାହାରିଛନ୍ତି । ଛତିଶଗଡ଼ ସୀମାନ୍ତ ସୁନ୍ଦରଗଡ଼ରୁ ୧୩୧ ସଂକ୍ରମିତ ହୋଇଥିବା ବେଳେ ନୂଆପଡ଼ାରୁ ୬୧, ବରଗଡ଼ ୫୩, ସମ୍ୱଲପୁର ୪୮ଓ କଳାହାଣ୍ଡି ଜିଲ୍ଲାରୁ ଆଉ ୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୫୦, ପୁରୀ ୪୫ ଓ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ଆଉ ୩୧ଜଣ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୫ହଜାର ୫୨୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୬୬୨ ଆକ୍ରାନ୍ତ । ଏବେ ରାଜ୍ୟରେ ୪ହଜାର ୮୮୮ଟି ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button