Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁସଂଖ୍ୟା, ଗତ ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କର ଜୀବନ ନେଲା କରୋନା

ରାଜ୍ୟରେ କରୋନା ସଂକ୍ରମଣ କାବୁ ପାଉଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ପ୍ରଦିନି ୪୦ରୁ ଅଧିକ ଆକ୍ରାନ୍ତ କରୋନାରେ ପ୍ରାଣ ହରାଉଛନ୍ତି । ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କର ଜୀବନ ନେଇଛ ପ୍ରାଣଘାତୀ କରୋନା । ୧୫ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।

ବରଗଡ଼ ଓ କଟକ ଜିଲ୍ଲାରୁ ଆଉ ୫ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଝାରସୁଗୁଡ଼ା ଓ ପୁରୀରୁ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ କରୋନା ନେଇଛି ଆଉ ୩ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ।

ସେହିପରି ବଲାଙ୍ଗିର, ବୌଦ୍ଧ, ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ହଜାର ୬୩୩କୁ ବୃଦ୍ଧି ପାଇଛି ।

Show More

Related Articles

Back to top button