Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫୦ ଜଣ ରହିଛି ଲୋକାଲ କଣ୍ଟାକ୍ଟ

ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫୦ ଜଣ ରହିଛି ଲୋକାଲ କଣ୍ଟାକ୍ଟ । ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଅନୁଗୁଳ ଜିଲ୍ଲା ।

ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୩୫ , ବରଗଡ଼ରେ ୭ , ଭଦ୍ରକରେ୧ , ବଲାଙ୍ଗିରରେ ୧୩ , କଟକରେ ୨୮ , ଦେବଗଡ଼ରେ ୪, ଢେଙ୍କାନାଳରେ ୫, ଗଞ୍ଜାମରେ ୫ , ଗଜପତି ୪, ଜଗତସିଂହପୁରରେ ୪ , ଯାଜପୁରରେ ୧୫ , ଝାସୁଗୁଡ଼ାରେ ୬ , କଳାହାଣ୍ଡିରେ ୪ , କେନ୍ଦ୍ରାପଡ଼ାରେ ୧୧ , କେନ୍ଦୁଝରରେ ୮ , କୋରାପୁଟରେ ୮ , ଖୋର୍ଦ୍ଧାରେ ୩୬, ମୟୂରଭଞ୍ଜରେ ୧୭ , ନବରଙ୍ଗପୁରରେ ୬ , ନୟାଗଡ଼ରେ୧ , ନୂଆପଡ଼ାରେ ୨୬ , ପୁରୀରେ୧ , ରାୟଗଡ଼ାରେ୧, ସମ୍ବଲପୁରରେ ୨୧ ଓ ସୋନପୁରରେ ୧, ସୁନ୍ଦରଗଡ଼ରେ ୨୯ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍‌ରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button