Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ମିଟରରେ ଲାଗିଲା ବ୍ରେକ୍, ଆଜି ରାଜ୍ୟରେ ୩୨୩୫ ଜଣ ନୂଆ ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ କିଛି ଦିନ ଧରି କ୍ରମାଗତ ଭାବେ କରୋନା ସଂକ୍ରମଣ ବଢିବା ପରେ । ଆଜି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ କିଛିଟା ସୁଧାର ଆସିଥିବା ପରିଲିକ୍ଷିତ ହୋଇଛି

ରାଜ୍ୟରେ କିଛି ଦିନ ଧରି କ୍ରମାଗତ ଭାବେ କରୋନା ସଂକ୍ରମଣ ବଢିବା ପରେ । ଆଜି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ କିଛିଟା ସୁଧାର ଆସିଥିବା ପରିଲିକ୍ଷିତ ହୋଇଛି । ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ୩୨୩୫ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୯୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯ରେ ପହଞ୍ଚିଛି । ଏହାଛଡ଼ା ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ୩୮ ହଜାର ୧୭୨ ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ରେ ପହଞ୍ଚିଛି ।

Show More

Related Articles

Back to top button