Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ ଜଣ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୨୨୬୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛି ୨୯୮୯ ଜଣ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୧୭୩୩ କରୋନା ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୧୨୫୬।

ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୨୨୬୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛି ୨୯୮୯ ଜଣ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୧୭୩୩ କରୋନା ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୧୨୫୬। ଆଜି ରାଜ୍ୟରୁ ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ସବୁଦିନ ପରି ଆଜି ବି ସୁନ୍ଦରଗଡ଼ ତାଲିକାର ଉପରେ ରହିଛି। ଗତକାଲି ଏହି ଜିଲ୍ଲାରୁ ୪୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୬୩୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସୁନ୍ଦରଗଡ ପଛରେ ରହିଛି ଖୋର୍ଦ୍ଧା। ଏଠାରୁ ଗତକାଲି ୩୪୮ ଜଣ ସଂକ୍ରମିତ ବାହାରିଥିବାବେଳେ ଆଜି ବାହାରିଛନ୍ତି ୪୩୮। ଅନ୍ୟପକ୍ଷେ ମାଲକାନଗିରିରୁ ସବୁଠାରୁ କମ୍ ରୋଗୀ ଚିହ୍ନଟ ହୋଇଛନ୍ତି।

ଏଠାରୁ ଦିନକରେ ବାହାରିଛନ୍ତି ମାତ୍ର ୨ ଜଣ ସଂକ୍ରମିତ। ସେହିପରି ଅନୁଗୁଳରୁ ୪୮, ବାଲେଶ୍ୱରରୁ ୬୭, ବରଗଡରୁ ୧୨୦, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୩, ବୌଦ୍ଧ୧୦, କଟକରୁ ୨୦୮, ଦେବଗଡରୁ ୨୩, ଢେଙ୍କାନାଳରୁ ୨୧, ଗଜପତି ୧୫, ଗଞ୍ଜାମରୁ ୬୩, ଜଗତ୍‌ସିଂହପୁରରୁ ୨୪, ଜାଜପୁରରୁ ୫୧, ଝାରସୁଗୁଡାରୁ ୮୪, କନ୍ଧମାଳରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କଳାହାଣ୍ଡିରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪ ଜଣ ରୋଗୀ ଚିହ୍ନଟ କରାଯାଇଛି। ମୟୂରଭଞ୍ଜରୁ ୩୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ୪୩, ନୟାଗଡରୁ ୧୨, ନୂଆପଡ଼ାରୁ ୧୫୧,ପୁରୀରୁ ୧୧୨, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୪୮ ଏବଂ ସୋନପୁରରୁ ୬ ସଂକ୍ରମିତ ବାହାରିଛନ୍ତି। ଷ୍ଟେଟ ପୁଲ୍‌ରୁ ବାହାରିଛନ୍ତି ୯୪ ରୋଗୀ। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୫୮,୩୪୨ ରହିଛି। ସୁସ୍ଥ ଲୋକଙ୍କ ସଂଖ୍ୟା ୩,୪୧,୭୩୩ ଥିବାବେଳେ ଆକ୍ଟିଭ କେସ୍‌ ୧୪୬୨୧ ରହିଛି।

Show More

Related Articles

Back to top button