Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୪୭ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୪୭ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୯୧ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୬୫୬ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୪୭ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୯୧ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୬୫୬ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ ହଜାର ୬୪୬ ରେ ପହଞ୍ଚିଛି । ଏହାଛଡ଼ା ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ୧୫ ହଜାର ୨୪୭ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୩୮ରେ ପହଞ୍ଚିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳରୁ ୯୫ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୭୯, ବରଗଡ଼ ୩୫, ଭଦ୍ରକ ୪୩, ବଲାଙ୍ଗୀର ୭୯, ବୌଦ୍ଧ ୧୨, କଟକ ୯୮, ଦେଓଗଡ଼ ୧୭, ଢେଙ୍କାନାଳ ୪୦, ଗଜପତି ୨୪, ଜଗତସିଂହପୁର ୮୯, ଯାଜପୁର ୭୦, ଝାରସୁଗୁଡ଼ା ୩୭, କଳାହାଣ୍ଡି ୩୭, କନ୍ଧମାଳ ୨୪, କେନ୍ଦ୍ରାପଡ଼ା ୬୧, କେନ୍ଦୁଝର ୭୧, ଖୋର୍ଦ୍ଧା ୧୫୯, କୋରାପୁଟ ୩୭, ମାଲକାନଗିରି ୧୭, ମୟୂରଭଞ୍ଜ ୮୮, ନବରଙ୍ଗପୁର ୩୦, ନୟାଗଡ଼ ୩୪, ନୂଆପଡ଼ା ୫୯, ପୁରୀ ୫୯, ରାୟଗଡ଼ା ୯, ସମ୍ବଲପୁର ୨୩, ସୋନପୁର ୨୨ ଓ ସୁନ୍ଦରଗଡ଼ରୁ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button