Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜି ଆଉ ୧୨,୩୯୦ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୨ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୨ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ହଜାର ୯୩୮ ଓ ସ୍ଥାନୀୟ ଅଞ୍ଚଳରୁ ୫ହଜାର ୪୫୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮୮ହଜାର ୬୮୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୩୨ଜଣ ଥିବାବେଳେ ବାଲେଶ୍ୱରରୁ ୩୪୦ଜଣ, ବରଗଡ଼ରୁ ୫୦୭ଜଣ, ଭଦ୍ରକରୁ ୪୧୨ଜଣ, ବଲାଙ୍ଗୀରରୁ ୪୬୧ଜଣ, ବୌଦ୍ଧରୁ ୨୨୮ଜଣ, କଟକରୁ ୭୧୯ଜଣ, ଦେଓଗଡ଼ରୁ ୧୦୮ଜଣ, ଢେଙ୍କାନାଳରୁ ୧୭୪ଜଣ, ଗଜପତିରୁ ୧୧୫ଜଣ, ଗଞ୍ଜାମରୁ ୩୮୭ଜଣ, ଜଗତସିଂହପୁରରୁ ୨୫୯ଜଣ, ଯାଜପୁରରୁ ୪୩୬ଜଣ, ଝାରସୁଗୁଡ଼ାରୁ ୪୧୩ଜଣ, କଳାହାଣ୍ଡିରୁ ୨୧୦ଜଣ, କନ୍ଧମାଳରୁ ୧୦୨ଜଣ, କେନ୍ଦ୍ରାପଡ଼ାରୁ ୧୩୭ଜଣ, କେନ୍ଦୁଝରରୁ ୨୦୮ଜଣ, ଖୋର୍ଦ୍ଧାରୁ ୨୨୦୧ଜଣ, କୋରାପୁଟରୁ ୨୪୬ଜଣ, ମାଲକାନଗିରିରୁ ୧୦୩ଜଣ, ମୟୁରଭଞ୍ଜରୁ ୪୮୦ଜଣ, ନବରଙ୍ଗପୁରରୁ ୩୬୨ଜଣ, ନୟାଗଡ଼ରୁ ୩୦୧ଜଣ, ନୂଆପଡ଼ାରୁ ୨୦୪ଜଣ, ପୁରୀରୁ ୪୬୯ଜଣ, ରାୟଗଡ଼ାରୁ ୧୮୭ଜଣ, ସମ୍ବଲପୁରରୁ ୬୭୭ଜଣ, ସୋନପୁରରୁ ୧୭୮ଜଣ, ସୁନ୍ଦରଗଡ଼ରୁ ୮୮୨ଜଣ ଏବଂ ରାଜ୍ୟ ପୁଲ୍‌ରୁ ୩୫୨ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୫,୮୮,୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୮୨,୩୪୫ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୪ହଜାର ୦୧୬ଜଣ ସକ୍ରିୟ ମାମଲା ରହିଛି ।

Show More

Related Articles

Back to top button