Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୧୦୮ ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ କମୁଛି ପଜିଟିଭିଟି ହାର । ଗତ ୨୪ ଘଣ୍ଟାରେ ଆଉ ୧୧ ହଜାର ୧୦୮ ପଜିଟିଭ୍‌ ଚିହ୍ନଟ । ଖୋର୍ଦ୍ଧାରେ ସର୍ବାଧିକ ୧୪ଶହ ୫୧ ଆକ୍ରାନ୍ତ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଜିଲ୍ଲା କଟକରେ ସାମାନ୍ୟ କମିଛି ସଂକ୍ରମଣ । ଆଜି ୯୪୪ ପଜିଟିଭ୍‌ ବାହାରିଥିବାବେଳେ ଗତକାଲି ଏହି ସଂଖ୍ୟା ଥିଲା ୧ ହଜାର ୮୪ । ୨୪ ଘଣ୍ଟାରେ ୬୦ ହଜାର ୭୫୯ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ ଆସିଛି ୧୧ ହଜାର ୧୦୮ ।

ଆଜି ପଜିଟିଭିଟି ହାର ରହିଛି ୧୮.୨୮ ପ୍ରତିଶତ । ଯାହାକି ଗତକାଲି ଥିଲା ୨୦.୯୭ ପ୍ରତିଶତ । ସଂକ୍ରମଣରେ ଟପ୍‌ ୫ରେ ରହିଛି ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ ଓ ମୟୂରଭଞ୍ଜ । ଟପ୍‌ ୫ ଜିଲ୍ଲାରୁ କେବଳ ୪ ହଜାର ୬୦୨ ସଂକ୍ରମିତ ହୋଇଛନ୍ତି । ଅନୁଗୁଳରୁ ୮୬୪, ସୁନ୍ଦରଗଡ଼ରୁ ୭୦୮ ଓ ମୟୂରଭଞ୍ଜରୁ ୬୩୫ ନୂଆ କେସ୍‌ ଆସିଛି । କଳାହାଣ୍ଡି ଓ ମାଲକାନଗିରିରେ ସଂକ୍ରମଣ ହାର ସବୁଠୁ କମ୍‌ ରହିଛି। ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧ଲକ୍ଷ ୯ ହଜାର ୬୯ । ମୋଟ ମୃତ୍ୟୁସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।

Show More

Related Articles

Back to top button