Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର : ବସ୍‌‌ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ହୋଇଛି। ବସ୍‌‌ ଧର୍ମଘଟ ସ୍ଥଗିତ ମାତ୍ର ପ୍ରତ୍ୟାହୃତ ନୁହେଁ ବୋଲି ସରକାରଙ୍କ ସହ ଆଲୋଚନା ପରେ ବସ୍‌‌ ମାଲିକ ସଂଘ ପ୍ରତିକ୍ରିୟା ରଖି କହିଛି। ଆଲୋଚନା ସଫଳ କି ବିଫଳ ନୁହେଁ, ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି। ପ୍ରତ୍ୟାହୃତ ହୋଇନି। ଆସନ୍ତା ୩୦ରେ ସଂଘର ସାଧାରଣ ପରିଷଦ ବୈଠକ ବସିବ। ସାଧାରଣ ପରିଷଦ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ। ରୁଟ୍‌‌ ଚାର୍ଟ ଦିଆଯାଇଛି, ସରକାରଙ୍କ ରିଜୋଲ୍ୟୁସନ୍‌‌ଙ୍କୁ ଅପେକ୍ଷା ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ବ୍ଲକରୁ ଜିଲାକୁ ଲକ୍ଷ୍ମୀ ବସ୍‌‌ ଚାଲିବା ନେଇ ମନ୍ତ୍ରୀଙ୍କ ସୂଚନା ଉପରେ ପ୍ରତ୍ରିକିୟା ଦେଇଛନ୍ତି।
ଖାରବେଳ ଭବନରେ ଏନେଇ ଆଜି ଆଲୋଚନା କରାଯାଇଥିବା ବେଳେ ଏହି ଆଲୋଚନା ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷତା କରିଛନ୍ତି। ଆଲୋଚନା ପରେ ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ବସ୍‌‌ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଦେବେ। କୌଣସି ଆନ୍ଦୋଳନ କରାଯିବ ନାହିଁ। ଆଲୋଚନାରେ ସମାଧାନ ହେବ। ଯେଉଁ ସ୍ଥାନରେ ବସ୍‌‌ ଚାଲୁ ନଥିଲା ସେଠାରେ ବସ୍‌‌ ଚଲାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button